
ବେଲଗୁଣ୍ଠା (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ବେଲଗୁଣ୍ଠା ପୋଲିସ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣା ଯାଇଛି । ସହରର ବାଙ୍କି ବଜାର ଅଞ୍ଚଳ ରେ ରହିଥିବା ସତ୍ୟ ମ୍ୟାଚିଂ ସେଣ୍ଟର ରୁ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାରର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସେହିପରି ମୁଖ୍ୟ ବଜାର ଅଞ୍ଚଳ ରେ ରହିଥିବା ସାହୁ ସିଜନ୍ ଷ୍ଟୋର ରୁ ମଧ୍ୟ ବିଭିନ୍ନ ପ୍ରକାରର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ। ଏ ସମ୍ପର୍କରେ ବେଲଗୁଣ୍ଠା ପୋଲିସ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା ଧାରା ୨୮୮, ବିସ୍ଫୋରକ ଅଧିନିୟମ ସେକ୍ସନ ୯-ବି(୧)(ବି), ଓଡ଼ିଶା ବାଣ ଓ ଡ଼ାକବାଜି ନିୟନ୍ତ୍ରଣ ଅଧିନିୟମ ସେକ୍ସନ ୫ ଅଧୀନରେ ପୋଲିସ କେଶ୍ ନଂ ୪୭୨/୨୫ ରୁଜୁ କରାଯାଇଥିବା ଥାନା ଅଧିକାରିଣୀ ରେବତୀ ଶବର ସୂଚନା ଦେଇଛନ୍ତି।