
ବୌଦ୍ଧ: ଓଡ଼ିଆ ପୁଅଙ୍କୁ ବିସିସିଆଇର ବଡ ଦାୟିତ୍ବ । ଟିମ୍ ଇଣ୍ଡିଆର ମ୍ୟାନେଜର ଦାୟିତ୍ବରେ ରହିବେ ଓଡି଼ଶା କ୍ରିକେଟ ଆସୋସିଏସନର ସଦସ୍ୟ ଯୁଗଳ କିଶୋର ସାମଲ । ଆଗାମୀ ଭାରତ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ପାଇଁ ବିସିସିଆଇ ତାଙ୍କୁ ଚୟନ କରିଛି । ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ଭାବରେ ଦୀର୍ଘ ଦିନ ହେଲା ସେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ପୂର୍ବରୁ ସେ ଓଡ଼ିଶା ରଣଜୀ ଦଳର ମ୍ୟାନେଜର ରହିଥିବା ସହ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚରେ ବିସିସିଆ ପର୍ଯ୍ୟବେକ୍ଷକ ରହିଥିଲେ ।
ଆସନ୍ତା ମାସରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ 2ଟି ଘରୋଇ ଟେଷ୍ଟ ଖେଳାଯିବ । ପ୍ରଥମଟି ଅହମ୍ମଦାବାଦରେ ଅକ୍ଟୋବର 2ରୁ 6 ତାରିଖ ଓ ଦ୍ବିତୀୟଟି ଦିଲ୍ଲୀରେ ଅକ୍ଟୋବର 10ରୁ 14 ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ମ୍ୟାନେଜର ଦାୟିତ୍ବ ଯୁଗଳ କିଶୋର ସାମଲଙ୍କୁ ଦିଆଯାଇଛି । ବୌଦ୍ଧ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ଦାୟିତ୍ୱରେ ଥିବା ଯୁଗଳ ସାମଲଙ୍କୁ ଏହି ଦାୟିତ୍ୱ ମିଳିବା କ୍ରିକେଟ ସଙ୍ଘ ସହ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। ରବିବାର ବୌଦ୍ଧ ଜିଲ୍ଲା ବିଜେପି ଦଳ ସହିତ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ କିଶୋର ସାମଲ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।
ଯୁଗଳ କିଶୋର ସାମଲ କହିଛନ୍ତି,” ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳର ମ୍ୟାନେଜର ଭାବେ ମୋତେ ଚୟନ କରାଯାଇଛି । ଏଥି ପାଇଁ ଓସିଏକୁ ମୁଁ ଧନ୍ୟବାଦ । ପୂର୍ବରୁ ମୁଁ ବିସିସିଆଇରେ କାମ କରିଛି । ସେଠାରେ ଆମେ ଯାହା ଶିଖିକି ଆସିବୁ କାମରେ ଲଗାଇବୁ । ମୋତେ ଗୁରୁଦାୟିତ୍ବ ମିଳିଛି, ତାହା ସୂଚାରରୂପେ ସମ୍ପାଦନ କରିବି । “ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟଅକ୍ଟୋବର2-ଅକ୍ଟୋବର 6ସ୍ଥାନ- ନରେନ୍ଦ୍ର ମୋଦି ଷ୍ଟଡିୟମ (ଅହମ୍ମଦାବାଦ)ଦ୍ବିତୀୟ ଟେଷ୍ଟଅକ୍ଟୋବର10 – ଅକ୍ଟୋବର 14ସ୍ଥାନ- ଅରୁଣ ଜେଟଲୀ ଷ୍ଟାଡିୟମ (ଦିଲ୍ଲୀ)