ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ, ସୂଚନା ଦେଲେ ନିର୍ବାଚନ କମିଶନ

ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ା ଉପନିର୍ବାଚନ ବିଷୟରେ ନିର୍ବାଚନ କମିଶନଙ୍କ ସୂଚନା । ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ରହିଛି ଓଡ଼ିଶାର ନୂଆପଡ଼ା ଆସନ । ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡିଛି ନୂଆପଡା ଆସନ ।ଆସନ୍ତା ବିହାର ବିଧାନସଭା ସାଧାରଣ ନିର୍ବାଚନ ଏବଂ ଜମ୍ମୁ କଶ୍ମୀରର ବୁଡଗାମ୍ ଏବଂ ନଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘାଟଶିଲା, ତେଲଙ୍ଗାନାର ଜୁବଲିହିଲ୍ସ, ପଞ୍ଜାବର ତରଣ ତାରଣ, ମିଜୋରାମର ଡାମ୍ପା, ଓଡ଼ିଶାର ନୂଆପଡାରେ ହେବ ଉପନିର୍ବାଚନ । ଉପ ନିର୍ବାଚନ ପାଇଁ ୪୭୦ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ । ୩୨୦ ଜଣ IAS, ୬୦ ଜଣ IPS ଏବଂ ୯୦ ଜଣ IRS/IRAS/ICAS ବିଭିନ୍ନ ରାଜ୍ୟରୁ ଆସିଥିବା ଅଧିକାରୀ ନିୟୋଜିତ ରହିବେ ।