
ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମଣ୍ଡାନ୍ନାଙ୍କୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ବହୁ ବର୍ଷର ରିଲେସନସିପ୍ ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବର୍ତ୍ତମାନ କିନ୍ତୁ ସେମାନଙ୍କ ନିର୍ବନ୍ଧ ହୋଇସାରିଥିବା ଜଣାପଡିଛି । ଏପରି ଖବର ଶୁଣିବା ପରେ ଫ୍ୟାନ୍ସମାନେ ଖୁସି ପ୍ରକାଶ କରିଛନ୍ତି । ଯାହା ଏବେ ଚର୍ଚ୍ଚା ଜୋର ଧରିଛି ।ରଶ୍ମିକା ଏବଂ ବିଜୟ ଅକ୍ଟୋବର ୩ ତାରିଖରେ ନିର୍ବନ୍ଧ କରିଥିଲେ । ଏହି ନିର୍ବନ୍ଧରେ କେବଳ ପରିବାର ଏବଂ ସମ୍ପର୍କୀୟ ଲୋକମାନେ ସାମିଲ୍ ହୋଇଥିଲେ । କିନ୍ତୁ ନିର୍ବନ୍ଧର କୌଣସି ଫଟୋ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ । ତଥାପି ସେମାନେ ୨୦୨୬ ଫେବୃଆରୀରେ ସେମାନେ ବିବାହ କରିବେ ବୋଲି ସୂଚନା ମିଳୁଛି । ଏହି ଖବର ବ୍ୟାପିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।ଯଦି ସେମାନଙ୍କ ଫିଲ୍ମ କ୍ୟାରିୟର କଥା କୁହାଯାଏ ତେବେ ସେମାନେ ଏକାଠି ଅନେକ କାମ କରିଛନ୍ତି । ସେମାନେ ଗୀତା ଗୋବିନ୍ଦମ୍ ଏବଂ ଡିୟର କମ୍ରେଡ୍ ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି । କିନ୍ତୁ ବିଜୟଙ୍କୁ ଶେଷ ଥର ପାଇଁ ’’କିଙ୍ଗଡମ୍’’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଯାହା ଥିଏଟର ରିଲିଜ ହେବା ପରେ OTT ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ ହୋଇଥିଲା । ଏହାରି ମଧ୍ୟରେ ରଶ୍ମିକାଙ୍କୁ ଖୁବ୍ ଶୀଘ୍ର ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ଥମ୍ମାରେ ଦେଖିବାକୁ ପାଇବେ ଦର୍ଶକ । ରଶ୍ମିକା ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ଜଣାପଡିଛି ।