
ଧରାକୋଟ ୨୬/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଧରାକୋଟ ଇଟା ଭାଟିରେ ବୁଲିଲା ବୁଲ ଡୋଜର l ଅଂଚଳ କୁ ପରିବେଶ ସୁରକ୍ଷା ପାଇଁ ତହସିଲଦାର ଲମ୍ବୋଦର ମାରାଣ୍ଡି ଆକ୍ସନ ମୁଡକୁ ଆସିଛନ୍ତି । ବେଆଇନ ଭାବରେ ବର୍ତ୍ତମାନ ଠାରୁ ଆରମ୍ଭ ହେଉଥିବା ପୋଡ଼ା ଇଟା ଭାଟି ଭାଙ୍ଗିବା ଆରମ୍ଭ କରିଛନ୍ତି । କୌଣସି ସୂତ୍ରରୁ ସୂଚନା ମିଳିବା ପରେ ଆଜି ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ସୁପରଭାଇଯର ସୁଜ୍ଞାନି ବେହେରା, ରାଜସ୍ବ ନୀରିକ୍ଷକ ଏସ ଜଗେୟା ଓ ବଡଗଡ ପୋଲିସ ଧରାକୋଟ ତହସିଲ ଅନ୍ତର୍ଗତ ମାଣିକପୁର ରାଜସ୍ବ ସର୍କଲ ଅଧିନସ୍ଥ ଜଳି ଗ୍ରାମ ସର୍ଣିକଟରେ ନୁଆରେ ଆରମ୍ଭ ହୋଇଥିବା ପ୍ରସନ୍ନ ଚୌଧୁରୀ ଙ୍କ ଇଟା ଭାଟି କୁ ଜେସିବି ଲଗାଇ ଭାଙ୍ଗିଥିଲେ । ନୂତନ ଭାବରେ ଗଢା ଯାଇଥିବା ପ୍ରାୟ ତିରିଶି ହଜାର ମାଟି ଇଟା ଆଜି ଭଙ୍ଗା ଯାଇଥିବା ବେଳେ ଏ ସମ୍ପର୍କରେ ତହସିଲଦାର ଙ୍କ ସହ ଯୋଗାଯୋଗ ବେଳେ ବେଆଇନ ଭାବରେ ଗଢି ଉଠୁଥିବା ଇଟାଭାଟି କୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ଆଜିର ଘଟଣା ପରେ ବେଆଇନ ଭାବେ ଇଟା ଭାଟି ବଢୁଥିବା ମାଲିକ ଙ୍କ ମଧ୍ୟରେ ଛନକା ପଶିଯାଇଛି।