ସରସ୍ବତୀ ଶିଶୁ ମନ୍ଦିର କୁଲାଡ଼ର ଜେଜେମାଆ,ବାପା ସମ୍ମିଳନୀ

ଭଞ୍ଜନଗର,୦୮/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଶନିବାର ଦିନ ସରସ୍ବତୀ ଶିଶୁ ମନ୍ଦିର, କୁଲାଡ଼ ପ୍ରାଙ୍ଗଣରେ ଜେଜେମା, ଜେଜେବାପାଙ୍କୁ ନେଇ ଏକ ଭବ୍ୟ ସର୍ବାରୋଗ୍ୟ ଯଜ୍ଞ ମହାଡମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ୨୨୩ ଜଣ ଜେଜେମା ଜେଜେବାପା ସହ ଶିଶୁ ମନ୍ଦିର ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ, ପ୍ରଧାନାଚାର୍ଯ୍ୟ, ଆଚାର୍ଯ/ଆଚାର୍ଯ୍ୟା, ସ୍ଥାନୀୟ ପୋଷ୍ଟ ମାଷ୍ଟର, ରୋଟାରୀ କ୍ଲବ, ଆର୍ଯ୍ୟ ସମାଜ, ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ୱୟଂ ସେବକ ମାନେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ସାବିତ୍ରୀ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଉଷାରାଣୀ ପାଢ଼ୀ ଜେଜେମାଆ ଜେଜେବାପା ମାନଙ୍କୁ ସମସ୍ତ ମାନସ୍ତାପ କୁ ଦୂର କରି ଭଗବତ ପ୍ରାପ୍ତି ଉପରେ ଧ୍ୟାନ ଦେବା ପାଇଁ ମାର୍ଗଦର୍ଶନ କରିଛନ୍ତି। ସ୍ଥାନୀୟ ଶିଶୁ ମନ୍ଦିରର ପରିଚାଳନା ସମିତି ଓ ଉପଦେଷ୍ଟା ମଣ୍ଡଳୀ ସମସ୍ତ ଅତିଥି ସହ ସମସ୍ତ ଜେଜେମାଆ ଜେଜେବାପାଙ୍କୁ ଉପଢୌକନ ସମେତ ଶୀତବସ୍ତ୍ର ପ୍ରଦାନ ପୂର୍ବକ ଆତିଥ୍ୟ ଦେଇ ସେମାନଙ୍କଠୁ ଶିଶୁ ମାନଙ୍କ ପାଇଁ ଆଶୀର୍ବାଦ ଭିକ୍ଷା ସହ ଅନୁଷ୍ଠାନର ମଙ୍ଗଳ ପାଇଁ ଜାଚନା କରିଛନ୍ତି।ଇତ୍ୟାବସରେ ଜେଜେମାଆ ଜେଜେବାପାଙ୍କ ଅନୁଭୂତି କଥନ କାର୍ଯ୍ୟକ୍ରମ ପରେ ପରିଶେଷରେ ସମସ୍ତେ ଭୋଜନ କରି ଅନୁଷ୍ଠାନକୁ ଭୁରି ଭୁରି ପ୍ରଶଂସା କରିବାର ଉପଲବ୍ଧି ହୋଇଛି।