ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭଞ୍ଜନଗର :-୧୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳିଞ୍ଜି ସଭାଗୃହ ଠାରେ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବିଭୁ ପ୍ରାର୍ଥନl ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ମଞ୍ଚରେ ଉପସଭାପତି ପର୍ଶୁରାମ ସ୍ୱାଇଁ, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, ଅମର ବିଳାସ ବେହେରା, ପଦ୍ମନାଭ ପ୍ରଧାନ, ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ଅନୁପମ ବାନାର୍ଜୀ ମଂଚାସୀନ ହୋଇ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବିଭିନ୍ନ ଅସୁବିଧା ଓ ସମସ୍ୟା ଉପରେ କହି ଆଲୋଚନା କରାଯାଇଥିଲା l ବିଶେଷକରି ସରକାର ଅଷ୍ଟମ ବେତନ କମିଶନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କପ୍ରତି ପେନସନ ଉପରେ ଟାଳତୁଳ ନୀତି ସହ ମହଙ୍ଗlଭତl ନ ଦେବାପାଇଁ ଏକ ଷଡଯନ୍ତ୍ର କରାଯାଉଥିବା ବିଷୟ ଉପରେ କ୍ଷୋଭ ପ୍ରକାଶ କରାଯାଇଥିଲା l ଅବସରପରେ ପରିବାର ଉପରେ ଆର୍ଥିକ ବୋଝ ପଡୁଥିବା ଏବଂ ପରିଣତ ବୟସରେ ଔଷଧ ଖର୍ଚ୍ଚ, ମାନସିକ ଚାପ, ଆର୍ଥିକ ଅନାଟନ ଦେଇ ଚଳୁଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ବୋଝ ଉପରେ ନଳିତାବିଡା ଏକ ଭୟlନକ ପରିସ୍ଥିତି ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଦେବରାଜ ଷଡ଼ଙ୍ଗୀ, ଉପେନ୍ଦ୍ରନାଥ ଦାସ, ପ୍ରଭାକର ସ୍ୱାଇଁ, ବସନ୍ତ କୁମାର ପାତ୍ର, ବିପ୍ର ଚରଣ ଗୌଡ଼, ରମେଶ ଚନ୍ଦ୍ର ଗୌଡ଼, ଜୟଦେବ ତାରିଣୀ, ଉମା ଚରଣ ପଟ୍ଟନାୟକ, ଶେଷଦେବ ପଣ୍ଡା, ଶିଶିର କାନ୍ତ ମିଶ୍ର ଆଲୋଚନାରେ ଭାଗ ନେଇ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଘୋର ନିନ୍ଦା କରିଥିଲେ l ଶେଷରେ ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ଧନ୍ୟବାଦ ପ୍ରଦାନ କରିଥିଲେ l