ଭଞ୍ଜନଗର ମୁନିସିପାଲିଟି ଘୋଷଣା ହେବାପରେ ପୌରପରିଷଦର ପୌରାଧ୍ୟକ୍ଷ, ଉପପୌରାଧ୍ୟକ୍ଷ ଓ ସମସ୍ତ କର୍ମଚାରୀ ଭଞ୍ଜନଗର ବିଧାୟକ ଓ ଉପଜିଲ୍ଲାପାଳଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ

ଭଞ୍ଜନଗର ୨୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି । କାଲି ସନ୍ଧ୍ୟାରେ ଏହି ଖବର ଜଣାପଡିବା ପରେ ଅଞ୍ଚଳବାସୀ ବହୁ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ମୁନିସିପାଲିଟି ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ‘ଏହା ଆମ ଅଞ୍ଚଳ ପାଇଁ ଗର୍ବ ଗୌରବ ର ବିଷୟ ବୋଲି ବିଧାୟକ କହିଛନ୍ତି । ଏଥି ସହ ପୌରପରିଷଦର ପୌରାଧ୍ୟକ୍ଷ, ଉପପୌରାଧ୍ୟକ୍ଷ ଓ ସମସ୍ତ କର୍ମଚାରୀ ଭଞ୍ଜନଗର ବିଧାୟକ ଓ ଉପଜିଲ୍ଲାପାଳଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିଛନ୍ତି ।