“ମାଇଁ ଭାରତ କେନ୍ଦ୍ର “ପକ୍ଷରୁ କ୍ରୀଡା ପ୍ରତି ଯୋଗିତା ଅନୁଷ୍ଠିତ

ଭଞ୍ଜନଗର : ୨୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ରାଜ୍ୟ ସରକାର ଯୁବକ ମାନଙ୍କୁ ସମୃଦ୍ଧ ଏବଂ ସାମରିକ ଉର୍ନ୍ନତି କ୍ଷେତ୍ରରେ ବର୍ତମାନ ଅଧିକ ଦୃଷ୍ଟି ନିକ୍ଷେପ କରିଛନ୍ତି। ତେଣୁ ଗାଁ ଗାଁରେ ଖେଳ ପଡିଆ, ଖେଳ କେନ୍ଦ୍ର ପ୍ରତିଷ୍ଠା କରି ଯୁବଶକ୍ତି ମାନଙ୍କ ପାଇଁ ପ୍ରେରଣର ଉଛ ସାଜିଛନ୍ତି ରାଜ୍ୟ ସରକାର। ସେହି ପରିପେକ୍ଷୀରେ ଭଞ୍ଜନଗର ବ୍ଲକରେ ମଧ୍ୟ ବିବେକାନନ୍ଦ ୟୁଥ କ୍ଲବ ଦ୍ୱାରା (ମାଇଁ ଭାରତ କେନ୍ଦ୍ର) ପକ୍ଷରୁ ବିଭିନ୍ନ କ୍ରୀଡା ପ୍ରତଯୋଗୀତା କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଛି। କବାଡି,ଦୌଡ, ଲମ୍ବା ଡିଆଁ, ଫୁଟ ବଲ, ବ୍ୟାଣ୍ଟ ମିଣ୍ଟନ ପ୍ରଭୁତି ଖେଳ କରାଯାଇଥିଲା। ଭଞ୍ଜନଗର ଫୁଟ ବଲ ଟିମ ଚମ୍ପିୟାନ ପୁରସ୍କାର ଗ୍ରହଣ କରିଥିଲେ,ଘୁମୁସର ଫୁଟ ବଲ ଟିମ ରନରସିପ ହାତେଇଥିଲେ। ସେହିଭଳି ପ୍ରାୟ ଶହେରୁ ଉର୍ଦ୍ଧ ପିଲାମାନଙ୍କ ପାଇଁ ପୁରସ୍କାର ସହ ଜଳପାନର ବ୍ୟବସ୍ତା କରାଯାଇଥିଲା। ଆଜି ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ର ଠାରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଅଧକ୍ଷ ବାଙ୍କୀ ରାଓ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ସମାଜସେବୀ କୁବେର ପ୍ରଧାନ, ଆଞ୍ଚଳିକ ପରିବହନ ବିଭାଗର ଅତିରିକ୍ତ ଇନ୍ସ୍ପେକଟର ସେକ ଉଦ୍ଧିନ ଯୋଗ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବିବେକାନନ୍ଦ ୟୁଥ କ୍ଲବର ପ୍ରଶାନ୍ତ ରାଉତ, ପ୍ରମୋଦ ପ୍ରଧାନ ଏବଂ ଅନୁଷ୍ଠାନ ଅନ୍ୟ ଅଧ୍ୟାପକ ମାନେ ଯୋଗଦେଇଥିଲେ। ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଅରକ୍ଷିତ ପରିଛା ପରିଚାଳନା କରିଥିଲେ।