
ଭଞ୍ଜନଗର ୨୯/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରସରରେ ଏକ ୱାନ୍ ଷ୍ଟେପ୍ ସେଣ୍ଟର ଶୁଭାରମ୍ଭ ହୋଇଛି। ଏହାକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା,ମେଡିକାଲ ଅଧିକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହି ଏହି କେନ୍ଦ୍ରର ଆବଶ୍ୟକତା ସଂର୍ପକରେ କହିଥିଲେ। କୌଣସି କାରଣରୁ ମହିଳାଙ୍କ ଉପରେ ନିର୍ଯ୍ୟାତନା କିମ୍ବା ହିଂସାରେ ପିଡିତ ମହିଳାଙ୍କୁ ସୁରକ୍ଷା ପାଇଁ ସେମାନଙ୍କୁ ଏଠାରେ କିଛି ଦିନ ରଖାଯିବା ସହ ସେମାନଙ୍କୁ ସ୍ବାସ୍ଥ ଠାରୁ ଆରମ୍ଭ କରି ଆଇନଗତ ସୁବିଧା ସାଙ୍ଗକୁ କାଉନସିଲିଂ ବ୍ୟବସ୍ଥା କରାଯିବ। ଏଥିପୂର୍ବରୁ ବ୍ରହ୍ମପୁରରେ ଏଭଳି ଏକ କେନ୍ଦ୍ର ରହିଥିବା ବେଳେ ଜିଲ୍ଲାର ଏହି ଅଞ୍ଚଳର ମହିଳାଙ୍କୁ ସେଠାକୁ ନେବା ସେଭଳି କେନ୍ଦ୍ରର ସୁବିଧା ଦେବାରେ ସମସ୍ୟାକୁ ଉପଲବ୍ଧ କରି ଏଭଳି କେନ୍ଦ୍ର ଏଠାରେ ଆରମ୍ଭ କରାଯାଇ ଥିବାରୁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ବେଶ କାମରେ ଆସିବ ବୋଲି ଅତିଥି ମାନେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ରଞ୍ଜନ ଦେ,ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ପ୍ରେଟେକ୍ସନ ଅଧିକାରିଣୀ, ଜି.ନାଗରତ୍ନମ୍, ସିଡିପିଓ ମିଳିମା କୁମାରୀ ପଣ୍ଡା, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହାକୁ ପରିଚାଳନା ଦାୟିତ୍ବ ନେଇଥିବା ଆଏସ୍ଆରଡି ସଂସ୍ଥାର ନିର୍ଦ୍ଦେଶକ ସୁଧୀର ସାବତ ସଂଯୋଜନା କରିଥିଲେ।