ଧର୍ମପ୍ରାଣ ମହିଳାଙ୍କ ବିୟୋଗ

ବୁଗୁଡ଼ା:-୨୯/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ପଞ୍ଚାୟତ ଅନ୍ତର୍ଗତ ଚଷାସାହିର ପ୍ରୁଷ୍ଟି ପରିବାରର ବୟୋଜ୍ୟେଷ୍ଠ ଧର୍ମପ୍ରାଣ ମହିଳା ଶ୍ରୀଲଛମୀ ପ୍ରୁଷ୍ଟି ୯୮ବର୍ଷ ବୟଷରେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ପ୍ରୁଷ୍ଟି ଜଣେ ମେଳାପି, ପରୋପକାରୀ ଓ ଧର୍ମପ୍ରାଣ ବ୍ୟକ୍ତି ବିଶେଷା। ତାଙ୍କ ବିୟୋଗରେ ବହୁ ଗଣ୍ଯମାନ୍ଯ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ମ୍ରୁତ୍ୟୁ ଶଯ୍ୟା ନିକଟରେ ନାତି ସୁଦର୍ଶନ, ଯସକେତନ, ନାତୁଣୀ ବୋହୁ ସୁନିତା, ଅର୍ଚ୍ଚନା, ନାତୁଣି ମିନତୀ, ଆରତୀ, ପ୍ରଭାତୀ, ନୁରୀ ସମେତ ସମସ୍ତ ନାତି ନାତୁଣୀ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ପ୍ରୁଷ୍ଟିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।