
ଭଞ୍ଜନଗର ୦୭/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଥିଲେ। ରାତିରେ ତାଙ୍କ ମୃତଦେହ ଭଞ୍ଜନଗରରେ ପହଞ୍ଚିବା ପରେ ତାଙ୍କ ଶେଷ ଦର୍ଶନ କରିବେ ।ପରେ ପୁରୀ ନେଇ ଅନ୍ତିମ ସତ୍କାର କରାଯିବ । ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ଆଇନଜୀବୀ ମହଲରେ ଶୋକରଛାୟା ଖେଳିଯାଇଛି। ପୀତବାସଙ୍କ ବିୟୋଗରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ଭଞ୍ଜନଗର ପୌରପରିଷଦ ର ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ସମେତ ବାର ଆସୋସିଏଶନର ଅନେକ କର୍ମକର୍ତ୍ତା ଗଭୀର ଶୋକବ୍ୟକ୍ତ କରିଛନ୍ତି।