କଳିଙ୍ଗ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ ପାଳିତ

ଚୌଦ୍ଵାର(ଶିବବ୍ରତ ଦାସ) : ଚୌଦ୍ଵାର ପୌରପାଳିକା ଅନ୍ତର୍ଗତ କଳିଙ୍ଗ ପବ୍ଲିକ ସ୍କୁଲ ର ୩୪ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରିନ୍ସପାଲ୍ ଭାରତୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଇମ୍ଫାର ଡିଜିଏମ୍ ଏଚଆର ଆଡମିନ ନିରଞ୍ଜନ ସାହୁ,ସମ୍ମାନୀତ ଅତିଥି ଭାବେ ଡିଜିଏମ୍ ଏକାଉଣ୍ଟ୍ ଉମେଶ ଚନ୍ଦ୍ର ପଟ୍ଟନାୟକ,ବରିଷ୍ଠ ପ୍ରବନ୍ଧକ ମାନସ ରଞ୍ଜନ ବସନ୍ତିଆ,ରଜତ ସ୍ୱାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜଳନ କରି ଉଦ୍ଘାଟନ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ମାନଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗାରଙ୍ଗ ସସ୍କୃତିକ କାର୍ଯ୍ୟକ୍ରମକୁ ଉଭୟ ଅତିଥି ଓ ଅବିଭାବକମାନେ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମମତା ସାହୁ, ସାବା ବାନୋ,ଦେବାଶିଷ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ ଶିକ୍ଷକ ଦିଲ୍ଲୀପ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।