ଜଳିଗଲା ତିନି ପରିବାର ର ପାଞ୍ଚ ବଖରା ଘର

ସୋରଡ଼ା ୧୮/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନ ଗୋପାଳପୁର ଶାସନ ଗ୍ରାମର ହରିଜନ ସାହିରେ ଲାଗିଲା ନିଆଁ । ଜଳିଗଲା ତିନି ପରିବାର ର ପାଞ୍ଚ ବଖରା ଘର।ସୂଚନା ପ୍ରକାରେ ଗୋପଳପୁର ଶାସନ ଗ୍ରାମର ହରିଜନ ସାହିରେ ଭୋଜି ଚାଲିଥିବା ବେଳେ ସମସ୍ତ ବ୍ୟସ୍ତ ରହିଁଥିଲେ ତେବେ ହଟାତ ଘର ବାରିପଟୁ ନିଆଁ ଲାଗିଯାଇଥିଲା ।ତେବେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଲୋକେ କିନ୍ତୁ ନିଆଁ କୁ ଆୟତ କରିପାରିନଥିଲେ ।ତେବେ ସୋରଡ଼ା ଅଗ୍ନିଶମ ବିଭାଗ କି ଖବର ଦେଇଥିଲେ ଘଟଣା ସ୍ଥଳରେ ସୋରଡ଼ା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିବା ବେଳେ ଘର ଭିତରେ ଥିବା ସମସ୍ତ ଆସବାହପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି ଜାହରି ଫଳରେ ପାଞ୍ଚଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ର କ୍ଷତି ହୋଇଛି ।ବୋଲି କହିଛନ୍ତି ଲୋକେ । ନିଆଁ କେମିତି ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।