
ସୋରଡ଼ା ୧୯/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୋରଡାରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ସୋରଡ଼ା ବ୍ଲକରେ କରାଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମ ଦ୍ଵାରା କନ୍ୟା ରତ୍ନ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତାକୁ ନେଇ ସୋରଡା ବ୍ଳକ କାର୍ଯ୍ୟାଳୟ ତରଫରୁ ସ୍ବାଗତ କରାଯାଇଛି। ଏହି ଅବସରରେ ସୋରଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ରଙ୍କ ସହ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଗ୍ରାମ ପଞ୍ଚାୟତ ଅଧିକାରୀ ସଂଜୀବ ରାଜ ସେନାପତି,ସୁପରଭାଇଜର ତଥା ଭାରପ୍ରାପ୍ତ ମହିଳା ଓ ଶିଶୁ ବିକାଶ ଅଧିକାରୀଣୀ ସବିତା ସାବତଙ୍କ ସହ ଏସ ଆଇ ଶାଶ୍ୱତ କୁମାର ପରିଡା,ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ପାଢୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ମଣ୍ଡଳ ଅନ୍ୟ ସୁପରଭାଇଜର ଓ ଅଙ୍ଗନବାଡିକର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଅଭିମୁକ୍ଷ୍ୟ ଆଦି ବିସ୍ତୃତ ଆଲୋଚନା କରିଥିଲେ।ଏହିଭଳି ସଚେତନତା ଦ୍ବାରା ଗତବର୍ଷ ମାନଙ୍କ ତୁଳନାରେ ବର୍ତ୍ତମାନ ଶିଶୁ ଜନ୍ମ ହାର କମିବା ସହ କନ୍ୟା ଭୃଣ ହତ୍ୟା ଓ ତାହାର କାରଣ ନିରାକରଣ ସହିତ ମହିଳା ମାନଙ୍କ ଦ୍ଵାରା ହେଉଥିବା ସାଇବର ସୁରକ୍ଷା ଆଦି ବିଷୟରେ ବୁଝାଇଥିଲେ। ଏବଂ ଏହା ସହ ଝିଅମାନଙ୍କ ପରିସଂକ୍ଷାନକୁ ଦେଖିଲେ ପୂର୍ବରୁ ୯୫୩ ରହିଥିଲା ବେଳେ ତାହା ଖସି ୯୪୧ ରେ ରହିଛି ।ଏଣୁ ବେଟି ବଚାଓ ବେଟି ପଢାଓ ଓ ନିର୍ଭୟା କଢି ପ୍ରୋଗ୍ରାମ ମାଧ୍ୟମରେ ତଥା ଏହି ଵ୍ଳକ ର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ କର୍ମୀ ଓ କର୍ମଚାରୀ ମାନେ ବିଭିନ୍ନ ମାଧ୍ୟମ ତଥା ଲୀଫ ଲେଟ୍ ଆଦି ବଣ୍ଟନ କରି ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ନିସ୍ବତୀ ନେଇଥିଲେ ।ଏବଂ ଝିଅକୁ ନେଇ ସମାଜରେ ବଢୁଥିବା ତାରତମ୍ୟ ସହ ଲାଳନପାଳନ ଓ ସେମାନଙ୍କ ସୁରକ୍ଷା ଦିଗରେ ସଚେତନତା ହେବା ନେଇ ବେଶ୍ ଆଶବାଦୀ ଅଛନ୍ତି ଉପସ୍ଥିତ ଅଧିକାରୀଗଣ।ଏବଂ ବ୍ଲକର କିଛି କୃତି ଛତ୍ରୀଙ୍କୁ ବିଶେଷ କୃତକାର୍ଯ୍ୟ ପାଇଁ ପୁରସ୍କୃତ ମଧ୍ୟ କରାଯାଇଛି।