ଚଳିତ ବଜେଟର ଫାଇଦା ସମସ୍ତ ସ୍ତରର ଲୋକ ପାଇବେ : ଭଞ୍ଜନଗର ବିଧାୟକ

ଭଞ୍ଜନଗର ୨୫/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଚଳିତ ଥର ରାଜ୍ୟ ସରକାର ‌ଆଗତ କରିଥିବା ବଜେଟ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ସିଧାସଳଖ ଲୋକ ମାନଙ୍କ ପାଇଁ ହୋଇଥିବା ‌ଏହି ବଜେଟରେ ଲୋକଙ୍କ ମାନଙ୍କ ଠାରୁ ହିଁ ବିଭିନ୍ନ ଜରିଆରେ ପ୍ରସ୍ତାବ ନେଇ ଏଭଳି ବଜେଟ କରାଯାଇଛି। ଯାହାର ଫାଇଦା ସମସ୍ତ ସ୍ତରର ଲୋକ ଫାଇଦା ପାଇବେ। ତେଣୁ ଏହାକୁ ବିରୋଧ କରିବାକୁ ବିରୋଧିଙ୍କ ନୈତିକ ସାହାସ ନାହିଁ। କୌଣସି ଜିଲ୍ଲା କିମ୍ବା କୌଣସି ବିଭାଗକୁ ଅବହେଳା ନକରି ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ଭଳି ସବୁ କ୍ଷେତ୍ର ପାଇଁ ବ୍ୟୟ ବ୍ୟରାଦ କରାଯାଇଛି ବୋଲି ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବିଶେଷ କରି ଜିଲ୍ଲାର ଏମ୍‌କେସିଜି ମେଡିକାଲର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ୬୦୦ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରିଛନ୍ତି। ଚାଷୀ ମାନଙ୍କ ପାଇଁ କ୍ଷମତାରେ ଥିବା ବେଳେ କିଛି କରିନଥିବା ବେଳେ ବର୍ତ୍ତମାନ ବିଜେଡି ବିଧାନସଭା ବାହାରେ କରୁଥିବା ବିରୋଧ ପ୍ରଦର୍ଶନ ତାର ହତୋତ୍ସାହକୁ ଦର୍ଶାଉଛି ବୋଲି ଶ୍ରୀ ନାୟକ କହିଥିଲେ। ଏଥିରେ ଭଞ୍ଜନଗର ବିଜେପି ଜିଲ୍ଲା ସଭାପତି ନୀଳମାଧବ ପାତ୍ର,ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଳ,ଉପସଭାପତି ସମୀର କୁମାର ନାୟକ,ସମ୍ପାଦକ ମାନସ ଜେନା,ସଙ୍ଗଠନ ଧୋବା ଗୌଡ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁପ୍ରସାଦ ପ୍ରଧାନ,ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ,ସନ୍ତୋଷ ତିଆଡି,ମଣ୍ଡଳ ସଭାପତି ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ।