ମିଳିଲା ରାଷ୍ଟ୍ରୀୟ ମର୍ଯ୍ୟାଦା କିନ୍ତୁ ଦେଇ ପାରିଲାନି ସମ୍ମାନ ତହସିଲ କାର୍ଯ୍ୟାଳୟ

ଚୌଦ୍ୱାର (ଶିବବ୍ରତ ଦାସ) ପଦ୍ମଶ୍ରୀ ଏଭଳି ସମ୍ମାନ ଯାହା ଲକ୍ଷେରେ ଗୋଟେ ମିଳେ ଯାହା ହାସଲ କରିଥିଲେ ଚୌଦ୍ୱାରର ଗୌରବ ବିଶିଷ୍ଟ ଘୋଡାନାଚ କଳାକାର ସ୍ବର୍ଗୀୟ ଉତ୍ସବ ଚରଣ ଦାସ. ମୃତ୍ୟୁ ପରେ ପ୍ରଶାସନ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଇ ଚୁପ ରହିଗଲା କିନ୍ତୁ ପଦ୍ମଶ୍ରୀ ଙ୍କ ଶେଷ ଇଛାକୁ ଫାଇଲ ତଳେ ବାନ୍ଧି ରଖିଦେଲେ ଟାଙ୍ଗୀ ଚୌଦ୍ୱାର ତହସିଲ,ଚୌଦ୍ୱାର ପୌର ପ୍ରଶାସନ, ବିଧାୟକ ଚୌଦ୍ୱାର କଟକ, ସାଂସଦ କଟକ କାରଣ ସ୍ୱାର୍ଥ ନାହିଁ ପଦ୍ମଶ୍ରୀ ଙ୍କୁ ଏକ ଜାଗା ଦେବାକୁ, ଯାହା ଉତ୍ସବ ଚରଣ ଦାସ ଏକ ପ୍ରତିଷ୍ଠାନ କରି ବିଲୁପ୍ତ ଘୋଡା ନାଚକୁ ଉଜ୍ଜୀବିତ କରିବାର ସ୍ବପ୍ନ ଦେଖିଥିଲେ ପଦ୍ମଶ୍ରୀ ରେ ସମ୍ମାନିତ ହେବା ପରେ କିନ୍ତୁ ନିଜର ଆଶା ରହିଗଲା ସରକାରୀ ନାଲି ଫାଇଲ ତଳେ. କାରଣ ପ୍ରଶାସନର ଚରମ ଅପାରଗତା ନା ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଅପାରଗତା ତାହା ସେ କ୍ଷୋଭର ସହିତ କହିଥିଲେ ଫେରାଇଦେବି ପଦ୍ମଶ୍ରୀ ଯାହା ଚୌଦ୍ୱାର ତଥା ଓଡିଶା ପାଇଁ ଲଜ୍ୟା ମାତ୍ର ସମ୍ପୂର୍ଣ ପ୍ରଶାସନ ଅଣଦେଖା କରିଥିଲା ପଦ୍ମଶ୍ରୀ ଙ୍କୁ. ମୃତ୍ୟୁ ଖବର ଶୁଣି ଅନେକ ରାଜନେତା ଙ୍କ ସୁଅ ଛୁଟୀଥିଲା ଶେଷ ଦର୍ଶନ ପାଈଁ କିନ୍ତୁ କେହି ଉଠାଉଲେନି ଉତ୍ସବ ଚରଣ ଦାସ ଙ୍କ ଶେଷ ଇଚ୍ଛା କେବଳ ଫୋଟ ଉଠାଇ ନିଜ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରି କାମ ସାରିଦେଲେ. ନିଜର ଶେଷ ଇଚ୍ଛା ଖଣ୍ଡିଏ ଜାଗା ପ୍ରତିଷ୍ଠାନ ପାଇଁ ଦେଇପାରିଲେନି ରାଜ୍ୟ ସରକାର ଏହାଠୁ ଅତି ଅପମାନ କଣ ହୋଇପାରେ ସ୍ବର୍ଗୀୟ ଉତ୍ସବ ଚରଣ ଦାସଙ୍କୁ କିନ୍ତୁ ୨୦୨୧ ମସିହାରୁ ନିଜେ ପଦ୍ମଶ୍ରୀ ଚୌଦ୍ୱାର ପୌର ପ୍ରଶାସନ, ବିଧାୟକ, ସାଂସଦ, ଟାଙ୍ଗୀ ଚୌଦ୍ୱାର ତହସିଲଦାର ଓ ମୋହନ ସରକାର ତଥା ତତ୍କାଳୀନ ନବୀନ ସରକାରଙ୍କୁ ଜାଗା ପାଇଁ କରିଥିବା ଆବେଦନକୁ କେହି କର୍ଣ୍ଣପାତ କରିନଥିଲେ ତେଣୁ ସେ ସମ୍ପୂର୍ଣ ଆଶା ଛାଡି କ୍ଷୋଭର ସହିତ କହିଥିଲେ ଫେରାଇଦେବି ପଦ୍ମଶ୍ରୀ ତେବେ ପ୍ରଶ୍ନ ଉଠେ କୁଆଡେ ଗଲେ ଚୌଦ୍ୱାର ର ଉକ୍ତ ସମସ୍ତ ରାଜନୈତିକ ଦଳର ନେତୃଵୁନ୍ଦ ଯେଉଁ ମାନେ ଦେଇପାରିଲେନି ଚୌଦ୍ୱାରର ଗୌରବ ସ୍ବର୍ଗୀୟ ଉତ୍ସବ ଚରଣ ଦାସ ଙ୍କ ଶେଷ ଇଚ୍ଛାକୁ ସମ୍ମାନ.ତାଙ୍କ ଜୀବନର ଗୋଟେ ବୋଲି ଇଚ୍ଛା ଥିଲା ତାଙ୍କ ନିଜର ଗୋଟେ ଜମି ହେବ ଆଉ ସେଥିରେ ଘର କରି ପରିବାର ସହିତ ରହିବେ। ଅଭାବି ସଂସାରରେ ଏହି ଘୋଡ଼ା ନାଚରେ ଯାହା ରୋଜଗାର ହୁଏ ତାହା ଚଳିବା କଷ୍ଟକର ହୋଇଥିବା ବେଳେ ଜମି କିଣି ଘର କରିବା ତାଙ୍କ ପାଇଁ ସମ୍ଭବ ହୋଇ ପାରିନଥିଲା । ଏନେଇ ସେ ସରକାରଙ୍କ ନିକଟରେ ଅନେକ ଗୁହାରି କରିଛନ୍ତି । ମାତ୍ର ତାହା ସମ୍ଭବ ହୋଇ ପାରିଲା ନାହିଁ। ଉତ୍ସବଙ୍କ ଦୁଇଟି ଝିଅ ସଂଘମିତ୍ରା ଓ ନନ୍ଦିତା ଙ୍କର ବାହାଘର ହୋଇଯାଇଛି । ସେ ଆଉ ତାଙ୍କ ସ୍ତ୍ରୀ ନିର୍ମଳା ଦାସ ଜୀବନ ର ଶେଷ ସମୟରେ ବି ଭଡ଼ା ଘରେ ଜୀବନ କରିଥିଲେ । ପ୍ରଶାସନ କୁ ବହୁ ଗୁହାରି ହେବା ପରେ ତାଙ୍କୁ ଏକ ଜାଗା ବାବଦ କୁ ୯ ଲକ୍ଷ ଟଙ୍କା ପୈଠ କରିବାକୁ କୁହାଯାଇଥିଲା କିନ୍ତୁ ଏଥିରେ ଅସମର୍ଥ ପ୍ରକାଶ କରିଥିଲେ ସ୍ୱର୍ଗତ ଦାସ । ବହୁ ଅନୁରୋଧ କ୍ରମେ ୪ଲକ୍ଷ ଟଙ୍କା ପୈଠ କରିବାକୁ ତହସିଲ ପକ୍ଷରୁ କୁହାଯାଇଥିଲା । ବିଡ଼ମ୍ବନାର ବିଷୟ ବୁଧବାର ଦିନ ସେ ତହସିଲ ଅଫିସ୍ ରେ ବହୁ କଷ୍ଟରେ ୪ଲକ୍ଷ ଟଙ୍କା ଯୋଗାଡ କରି ପୈଠ କରିଥିଲେ । ଏବଂ ସେହି ଦିନ ରାତିରେ ଛାତି ରେ ଯନ୍ତ୍ରଣା ଅନୁଭବ କରି ଘରୋଇ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ଶେଷରେ ନିଜର ଏକ ମାତ୍ର ଆଶା ନିଜର ସ୍ବପ୍ନ ର ଘର ଟିଏ ତୋଳିବା ପୂରଣ ହୋଇ ପରିଲାନହିଁ ତାଙ୍କ ଜୀବିତ ଅବସ୍ଥାରେ । ସେ ସରକାରଙ୍କ ନିକଟରେ ଅନେକ ଗୁହାରି କରିଛନ୍ତି । ମାତ୍ର ତାହା ସମ୍ଭବ ହୋଇ ପାରିଲା ନାହିଁ। ଉତ୍ସବଙ୍କ ଦୁଇଟି ଝିଅ ସଂଘମିତ୍ରା ଓ ନନ୍ଦିତା ଙ୍କର ବାହାଘର ହୋଇଯାଇଛି । ସେ ଆଉ ତାଙ୍କ ସ୍ତ୍ରୀ ନିର୍ମଳା ଦାସ ଜୀବନ ର ଶେଷ ସମୟରେ ବି ଭଡ଼ା ଘରେ ଜୀବନ କରିଥିଲେ । ପ୍ରଶାସନ କୁ ବହୁ ଗୁହାରି ହେବା ପରେ ତାଙ୍କୁ ଏକ ଜାଗା ବାବଦ କୁ ୯ ଲକ୍ଷ ଟଙ୍କା ପୈଠ କରିବାକୁ କୁହାଯାଇଥିଲା କିନ୍ତୁ ଏଥିରେ ଅସମର୍ଥ ପ୍ରକାଶ କରିଥିଲେ ସ୍ୱର୍ଗତ ଦାସ । ବହୁ ଅନୁରୋଧ କ୍ରମେ ୪ଲକ୍ଷ ଟଙ୍କା ପୈଠ କରିବାକୁ ତହସିଲ ପକ୍ଷରୁ କୁହାଯାଇଥିଲା । ବିଡ଼ମ୍ବନାର ବିଷୟ ବୁଧବାର ଦିନ ସେ ତହସିଲ ଅଫିସ୍ ରେ ବହୁ କଷ୍ଟରେ ୪ଲକ୍ଷ ଟଙ୍କା ଯୋଗାଡ କରି ପୈଠ କରିଥିଲେ । ଏବଂ ସେହି ଦିନ ରାତିରେ ଛାତି ରେ ଯନ୍ତ୍ରଣା ଅନୁଭବ କରି ଘରୋଇ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ଶେଷରେ ନିଜର ଏକ ମାତ୍ର ଆଶା ନିଜର ସ୍ବପ୍ନ ର ଘର ଟିଏ ତୋଳିବା ପୂରଣ ହୋଇ ପରିଲାନହିଁ ତାଙ୍କ ଜୀବିତ ଅବସ୍ଥାରେ ।