ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଚୌଦ୍ଵାର(ଶିବବ୍ରତ ଦାସ ): କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ବରାହୀ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୌଦାମିନୀ ମହାନ୍ତିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଶୌଦାମିନୀଙ୍କୁ ଗ୍ରାମବାସୀ, ଅଭିଭାବକ ଏବଂ ତାଙ୍କର ସହ କର୍ମୀ ମାନେ ତାଙ୍କୁ ଆଜୀବନ ତପସ୍ୟା ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରିଥିଲେ । ଶୌଦାମିନୀ ତାଙ୍କର ଦୀର୍ଘବର୍ଷ ଶିକ୍ଷାଦାନ ଭିତରେ ଜଣେ ଆଦର୍ଶ ଶିୟତ୍ରୀ ଥିଲେ ବୋଲି ତାଙ୍କର ସହ କର୍ମୀ ମାନେ ମତ ବ୍ୟକ୍ତ କରିବାସହ ତାଙ୍କର ଉତ୍ତରାତର କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସିଆରସି ପ୍ରଭାକର ପ୍ରଧାନ ସଭାପତିତ୍ଵ କରିଥିବା ବେଳେ ସିଆରସି ବାବନ ଚରଣ ଭୋଇ, ଶିକ୍ଷୟତ୍ରୀ ଅର୍ଣ୍ଣପୂର୍ଣା ମାହାନ୍ତି ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ପରି ଶେଷରେ ଗ୍ରାମବାସୀମାନେ ଶ୍ରୀମତୀ ମହାନ୍ତିଙ୍କୁ ଗ୍ରାମ ପରିକ୍ରମା କରାଇ ତାଙ୍କୁ ବିଦାୟ ଦେଇଥିଲେ।