୨୫ ବର୍ଷ ତଳର ମୃତ ବ୍ୟକ୍ତିଙ୍କ ପରିଚୟ ରେ ଜମି କିଣାବିକା

ସୋରଡ଼ା ୦୧/୦୪ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ରେ ଜମି କିଣାବିକା କୁ ନେଇ ମହା ଦୁର୍ନୀତି । ମୃତ ବ୍ୟକ୍ତିଙ୍କ ପରିଚୟ ପତ୍ର ଦେଇ ବିକିଦେଲେ ୪ ଏକର ଜମି । ସୂଚନା ମୁତାବକ ସୋରଡ଼ା ବ୍ଲକ୍ ପିପଲପଙ୍କା ଠାରେ ଥିବା ଏକ ଜମି ଯାହାର ମାଲିକ ମୋହନ ଚାନ୍ଦ ଗୌଡ଼, ଗୋବିନ୍ଦ ଗୌଡ଼, ରଘୁନାଥ ଗୌଡ଼, ସହଦେବ ଗୌଡ଼,ସୋମନାଥ ଗୌଡ଼,କାଶୀନାଥ ଗୌଡ଼ ଓ ବିଜୟ ଗୌଡ଼ ଙ୍କ ନାମରେ ଅଛି କିନ୍ତୁ ଉକ୍ତ ବ୍ୟକ୍ତି ମାନେ ଆଜକୁ ୨୫ ବର୍ଷ ତଳେ ମୃତୁ ବରଣ କରିସାରିଲେଣି । ଏହି ଜମି ଯାହାକି ୪ ଏକର ହେବ ତାଙ୍କ ନାତି ଓ ପୁଅ ମାନଙ୍କ ନାମରେ ହୋଇନାହିଁ । ଏହାର ସୁଗୋଗ ନେଇ ଭଗବାନ ପୁର ଗ୍ରାମର ଜିତୁ ମହାକୁଡ଼ କିଛି ବ୍ୟକ୍ତି ଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ନାମରେ ମୃତ ବ୍ୟକ୍ତିଙ୍କ ଡୁପ୍ଲିକେଟ ଆଧାରକାର୍ଡ ବନାଇ ସୋରଡ଼ା ସବ୍ ରେଜିଷ୍ଟ୍ରାର ଅଫିସ ରେ ୧୯/୦୩/୨୬ ରେ ଠିଆ କରାଇ ସେହି ଜମି ଗୁଡିକୁ ନିଜ ନାମରେ କରାଇବା ସହ ପଟ୍ଟା ମଧ୍ୟ ପାଇଗଲେ । ହେଲେ ଜମିର ପକୃତ ମାଲିକଙ୍କ ପୁଅ ଓ ନାତି ମାନେ ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ନୃଷୀଙ୍ଗ ଗୌଡ଼, ଟିକିନା ଗୌଡ଼ ଓ ଗୋପୀ ଗୌଡ଼ ଏହି ବିଷୟରେ ଜାଣିବା ପରେ ସୋରଡ଼ା ସବ୍ ରେଜିଷ୍ଟ୍ରାର, ଥାନା ଓ ତହସିଲ ଦାର ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ସୋରଡ଼ା ପୋଲିସ ଜିତୁ ମହାକୁଡ଼ ଓ ଉଦୟ ଗୌଡ଼ ଙ୍କୁ ଉଠାଇ ଆଣି ଥାନା ରେ ଅଟକ ରଖି ପଚରା ଉଚରା କରୁଛି । ହେଲେ ବର୍ତ୍ତମାନ ଅଭିଯୋଗ କାରିଙ୍କ କହିବା ଅନୁସାରେ ଏହାର ପକୃତ ଓ ସଠିକ୍ ତଦନ୍ତ କରି ଦୋଷୀ ଙ୍କୁ ଦଣ୍ଡ ନିହାତି ଦେବା ଆବଶ୍ୟକ ରହିଛି ଏହା ତାଙ୍କର ଦାବୀ ।