
ବୋଡ଼େନ,୧/୪ (ପରମେଶ୍ୱର ମେହେର , ନୂଆପଡା ଜିଲ୍ଲା ପ୍ରତିନିଧି): ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କେଶରାଜପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀଙ୍କ ଅଧକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ।ବିଦ୍ୟାଳୟର ଶିକ୍ଷକ ଯଦୁମଣି ବାରିକ, ନରୋତ୍ତମ ବାଗ, ଅନୀମା ବାରିକ, ସାଗର ମହାନ୍ତି, କିଶନ ପଟେଲ,ଲକ୍ଷ୍ମଣ ବରିହା, ମନୋଜ ବେହେରା, କ୍ଷେତ୍ର ମାଝୀ, ପଙ୍କଜ ମାଝୀ, ସୁନୀତା ସାହୁ, ଦେବସ୍ମିତା ହାଁସଦା, ଲିଲି ପଟେଲ, ରମ୍ଭା ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚାସିନ ଥିଲେ। ଉତ୍କଳ ଦିବସ ପାଳନର ଅଭିମୂଖ୍ୟ ଜୀବନରେ ଯେତେ ଉପରକୁ ଉଠିଲେ ବି ମାଆ, ମାଟି ଓ ମାତୃଭୂମିକୁ ଭଲ ପାଇବା ଓ ଉନ୍ନତି ପାଇଁ କାର୍ଯ୍ୟକରିବାକୁ ଆଲୋକପାତ କରିଥିଲେ l