
ଭଞ୍ଜନଗର , ୦୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜିଠାରୁ ସାରା ଦେଶରେ ପ୍ରଥମ କରି ଆରମ୍ଭ ହୋଇଛି ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିକ ଜନଗଣନା କାର୍ଯ୍ୟ। ଏହି ନୂତନ ପ୍ରଣାଳୀରେ ଜନସାଧାରଣ ଅଧିକୃତ ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ନିଜେ ନିଜର ତଥ୍ୟ ଦାଖଲ କରି ‘ସ୍ୱ-ଜନଗଣନା’ କରିବାର ସୁଯୋଗ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଘୁମୁସର ତହସିଲ ଅନ୍ତର୍ଗତ ସମସ୍ତ ଜନସାଧାରଣ ଙ୍କ ପାଇଁ ମଧ୍ୟ ଏହା ଆରମ୍ଭ ହୋଇଛି। ଘୁମୁସର ତହସିଲଦାର ଶ୍ରୀମତୀ ଅଭିପସା ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନ ରେ ଆଜି ସ୍ୱ-ଜନଗଣନା ପ୍ରକ୍ରିୟା ଶୁଭାରମ୍ଭ ହୋଇଅଛି। ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱ-ଜନଗଣନା ପ୍ରକ୍ରିୟାରେ ମୋଟ ୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଥିବା ବେଳେ ଘୁମୁସର ତହସିଲଦାର, ଶ୍ରୀମତି ପଟ୍ଟନାୟକ ସମସ୍ତ ଜନସାଧାରଣଙ୍କୁ ଏହି ଜାତୀୟ କାର୍ଯ୍ୟରେ ସକ୍ରିୟ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏହି ପ୍ରକ୍ରିୟା ସରକାରୀ ପୋର୍ଟାଲ୍ (se.census.gov.in) ମାଧ୍ୟମରେ ଉପଲବ୍ଧ ଅଛି।
ଡିଜିଟାଲ୍ ମାଧ୍ୟମରେ ଏହି ଗଣନା ପ୍ରଥମ ଥର ଆରମ୍ଭ ହୋଇଛି, ଯାହାଫଳରେ ଗଣନା ପ୍ରକ୍ରିୟା ଅଧିକ ସହଜ ଏବଂ ସ୍ୱଚ୍ଛ ହେବ ।