ଐତିହାସିକ ଶ୍ରୀ ମାଁ ବେଳାରାଣୀ ଯାତ୍ରା ଉତ୍ସବର ପ୍ରସ୍ତୁତି ଚୁଡାନ୍ତ, ଏନେଇ ସୂଚନା ଦେଲେ ପାଳନ କମିଟିର ସଭାପତି

ସିନାପାଲି ୦୩/୦୪ (ପରମେଶ୍ୱର ମେହେର ), ଶ୍ରୀ ମାଁ ବେଳାରାଣୀ ଉତ୍ସବ କମିଟି, ମିଡିଆ ପ୍ରଭାରୀ ) ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ଶ୍ରୀ ମାଁ ବେଳାରାଣୀ ଯାତ୍ରା ମହୋତ୍ସବ ଅପ୍ରେଲ ୪,୫,୬ ତାରିଖ ତିନିଦିନ ବ୍ଯାପି ଆୟୋଜିତ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ଅଞ୍ଚଳବାସୀ ଜାଣିଛନ୍ତି ଦିର୍ଘବର୍ଷରୁ ଚଟିଆଗୁଡା ଝରିଆବଣରେ ଆସ୍ଥାନ ନିର୍ମାଣ କରି ପ୍ରତକ୍ଷ୍ଯ ଦେବୀ ଶ୍ରୀ ମାଁ ବେଳାରାଣୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଉକ୍ତ ଶକ୍ତିପୀଠରେ ପ୍ରତିବର୍ଷ କୃଷିଭିତ୍ତିକ ଯାତ୍ରା ବିହନଛିନା ଯାତ୍ରା ମହାସମାରୋହରେ ସଫଳ ଭାବେ ଆୟୋଜିତ ହୋଇଥାଏ । ଏହି ଯାତ୍ରାରେ ଚଟିଆଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା, ସାଗୁନଭାଡି ଓ ଚଟିଆଗୁଡା ଗ୍ରାମବାସୀଙ୍କ ସମେତ ଅଞ୍ଚଳବାସୀ ପ୍ରତକ୍ଷ୍ଯ ଭାବେ ଯୋଗଦାନ କରିଥାନ୍ତି। ଶତାଧିକ ଭକ୍ତଗଣ ଏଠାରେ ଉପସ୍ଥିତ ହୋଇ ମାଁଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ସେହିଦିନ ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହୋଇଥାଏ। ଏହି ବିଶ୍ବାସର ପରମ୍ପରା, ଏହି ଭକ୍ତିର ପରମ୍ପରା, ଏହି ଭାଇଚାରାର ପରମ୍ପରା ବିହନଛିନା ଯାତ୍ରାରେ ଅନୁପ୍ରାଣିତ ହୋଇ, ଐତିହାସିକ ଶ୍ରୀ ମାଁ ବେଳାରାଣୀ ଯାତ୍ରା ଉତ୍ସବ ଆୟୋଜନ କରିବାକୁ ଯାଉଛନ୍ତି ଅଞ୍ଚଳବାସୀ ଏବଂ ଯୁବପିଢି । ଉକ୍ତ ଯାତ୍ରା ମହୋତ୍ସବକୁ ସୁଚାରୁ ରୁପେ ପରିଚାଳିତ କରିବାପାଇଁ ସର୍ବସମ୍ମତି କ୍ରମେ ପାଳନ କମିଟି ଗଠନ କରାଯାଇଛି । ଶ୍ରୀ ମାଁ ବେଳାରାଣୀ ଯାତ୍ରା ଉତ୍ସବ କାର୍ଯ୍ୟବାହକ କମିଟିର ସଭାପତି ରୁପେ ପ୍ରସନ୍ନ କୁମାର ମାଝୀ, ଉପ ସଭାପତି ରୁପେ ରଙ୍ଗୀତା ପାତ୍ର ଏବଂ କୃଷ୍ଣବଲ୍ଲଭ ପାତ୍ର ସର୍ବସମ୍ମତି କ୍ରମେ ମନୋନିତ ହେଲେ, ସେହିପରି ସମ୍ପାଦକ ରୁପେ ଶୋଭାରାମ ମହାନନ୍ଦ, ସହ ସମ୍ପାଦକ ରୁପେ ଲକ୍ଷ୍ମୀକାନ୍ତ ହଂସ – ରୋହିତ ତାଣ୍ଡି , ନିରଞ୍ଜନ ମାଝୀ – ଦିଲ୍ଲୀପ ହଂସ ମନୋନିତ ହୋଇଛନ୍ତି ଏବଂ କୋଷାଧ୍ୟକ୍ଷ ରୁପେ ମକରଧ୍ବଜ ମାଝୀ , ବୃନ୍ଦାବନ ପାତ୍ର ଓ ବୀରବିକ୍ରମ ମାଝୀ ମନୋନିତ ହୋଇଛନ୍ତି । ମିଡିଆ ପ୍ରଭାରୀ ରୁପେ ଅରବିନ୍ଦ ହୋତା , ପ୍ରଫୁଲ୍ଲ କୁମାର ସା, ପିତାମ୍ବର ମାଝୀ,ଓ ଶ୍ରୀକାନ୍ତ ମହାନନ୍ଦଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରାଯାଇଛି । ଆସନ୍ତା କାଲି ସକାଳ ୮ ଘଟିକା ସମୟରେ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ମଶାଲ ଯାତ୍ରା ଚଟିଆଗୁଡା, ସାଗୁନଭାଡି ଓ ମହୁଲପଡା ଗ୍ରାମ ପରିକ୍ରମା କରି ଯାତ୍ରା ଉତ୍ସବ ପଡିଆକୁ ଅଣାଯିବ। ଏହି ଭବ୍ଯ ଦିବ୍ଯ ମଶାଲ ଯାତ୍ରା ଚଟିଆଗୁଡା ଝାଙ୍କର ଏବଂ ସିନାପାଲି ବି.ଡି.ଓ ଙ୍କ କରକମଳରେ ଉଦଘାଟନ କରାଯିବ। ମଶାଲ ଯାତ୍ରା କୁ ଭବ୍ଯ ଐତିହାସିକ କରିବା ପାଇଁ ସାଂସ୍କୃତିକ ଅନୁଷ୍ଠାନ ଘୁମୁରା ଏବଂ ରାମକାଠି ଉପସ୍ଥିତ ରହିବେ ।