
ବେଲଗୁଣ୍ଠା ୦୬/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଏଆଇସିସି ଦ୍ୱାରା ନବ ନିଯୁକ୍ତ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପଶ୍ଚିମ)ର ସଭାପତି ବି.ଦଣ୍ଡପାଣି ପାତ୍ର ଗଞ୍ଜାମ ଜିଲ୍ଲା କଗ୍ରେସ (ପଶ୍ଚିମ)ର ସଙ୍ଗଠନକୁ ଅଧିକ ମଜବୁତ କରିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଶନିବାର ଦିନ କଂଗ୍ରେସ ସଭାପତି ଶ୍ରୀ ପାତ୍ର ପ୍ରଥମେ ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀଙ୍କୁ ଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ମନ୍ଦିର ବେଢ଼ାକୁ ଲାଗି ରହିଥିବା କଲ୍ୟାଣ ମଣ୍ଡପ ଭୋଜିଶାଳା ଠାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଛାମୁଆ ତୁଙ୍ଗ ନେତାଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ବହୁ ନେତା ନବ ନିଯୁକ୍ତ ଜିଲ୍ଲା ସଭାପତି ଶ୍ରୀ ପାତ୍ରଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇବା ସହ ଦଳୀୟ ସଙ୍ଗଠନ ନେଇ ବହୁ ଆଲୋଚନା କରିଛନ୍ତି । ବର୍ତ୍ତମାନ ସମୟ ଆସିଛି ଜିଲ୍ଲାରେ ପୁଣି କଂଗ୍ରେସ ଭଲ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପାତ୍ର କହିଥିବା ବେଳେ ଦଳୀୟ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ କଂଗ୍ରେସ ପ୍ରତ୍ୟେକ ପଞ୍ଚାୟତର ଗାଁ ଗାଁକୁ ଯାଇ ଲୋକଙ୍କ ସହିତ ମିଶିବ ଏବଂ କୌଣସି ନା କୌଣସି କାରଣରୁ ଦଳୀୟ ସଙ୍ଗଠନରୁ ଦୁରେଇ ରହିଥିବା ପୁରୁଣା,ପୁରୁଖା ନେତା ଓ କର୍ମୀଙ୍କୁ ଦଳକୁ ଫେରାଇ ଆଣିବା ସହ ବେକାରୀ ସମସ୍ୟା ,ଚାଷୀ ସମସ୍ୟା ,ଦାଦନ ସମସ୍ୟା ଆଦିକୁ ନେଇ ଲୋକଙ୍କୁ ବୁଝାଇବୁ ବୋଲି କହିଥିଲେ । ଆଗାମୀ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କମାଲ କରିବ ଏବଂ କଂଗ୍ରେସ ପ୍ରତି ଲୋକେ ମନ ବନେଇ ସାରିଲେଣି ବୋଲି ଶ୍ରୀ ପାତ୍ର କହିଥିଲେ । ଜିଲ୍ଲା ସଭାପତି ବି.ଦଣ୍ଡପାଣି ପାତ୍ରଙ୍କ ଭେଟଘାଟ କାର୍ଯ୍ୟକ୍ରମରେ ସୋରଡ଼ାରୁ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହରିହର ରଥ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୁଦ୍ଧ ମଲ୍ଲିକ, ବରିଷ୍ଠ ନେତା ଦିଲ୍ଲୀପ କୁମାର ସ୍ୱାର , ଜଗନ୍ନାଥ ପ୍ରସାଦ ବ୍ଲକରୁ ରଜନୀ ବିଶ୍ୱାଳ ,ପୂର୍ବତନ ସରପଞ୍ଚ ନାରାୟଣ ସେଠୀ, ବରିଷ୍ଠ ନେତା ସୀମାଞ୍ଚଳ ପ୍ରଧାନ, ବିରେନ୍ଦ୍ର ନାୟକ,ପ୍ରଶାନ୍ତ ବିଶ୍ୱାଳ, ବେଲଗୁଣ୍ଠା ବ୍ଲକରୁ ଯୁବ ନେତା ଅନୀଲ କୁମାର ମଲ୍ଲିକ, ପୁରୁଷୋତ୍ତମ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ପ୍ରଫୁଲ୍ଲ ପରିଡ଼ା, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ବିଶ୍ୱାଳ, ଉଦୟ ରାଉତ, ବେଲଗୁଣ୍ଠା ଏନଏସିରୁ ପୂର୍ବତନ ନଗର କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ଡ଼ି. ବ୍ରଜେନ୍ଦ୍ର କୁମାର ବିନ୍ଧାଣିରା, ପୂର୍ବତନ ନଗର ସମ୍ପାଦକ ଏ.ତ୍ରିପାତି ପାତ୍ର , ପୋଲସରାରୁ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ଜେନା, ହରି ସାହୁ, ବୁଗୁଡ଼ାରୁ ବାର କାଉନସିଲ ସଭାପତି ପ୍ରଶାନ୍ତ ଦାସ, ସମ୍ପାଦକ ଜାନକୀ ରାଉତ, ସଜିତ ସ୍ୱାଇଁ, କବିସୂର୍ଯ୍ୟନଗରରୁ ପୂର୍ବତନ ସରପଞ୍ଚ ପ୍ରଦୀପ ପୋଲାଇ, ବାର କାଉନସିଲ ସଭାପତି ମେଘନାଦ ଦଳାଇ, ସୁବ୍ରତ ପଣ୍ଡା, ହିଞ୍ଜଳିକାଟୁ ରୁ ବରିଷ୍ଠ ନେତା ସୁନାରାମ ସାବତ, ଆସିକାରୁ ମହିଳା କଂଗ୍ରେସ ସମ୍ପାଦିକା ସୁଦୀପ୍ତା ଦାଶ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ରାଉତ, ପୂର୍ବତନ ସମିତି ସଭ୍ୟ ଅନୀଲ ବିଶ୍ୱାଳ, ଶଶାଙ୍କ ଦାଶ, ଭଞ୍ଜନଗରରୁ ପ୍ରମୋଦ ଭୂୟାଁ ,ମୁନ୍ନା ତ୍ରିପାଠୀ, ସହସ୍ରାଂଶୁ ରାଉତ, ନରସିଂହ ଗୌଡ଼, ପାଣୁ ଗୌଡ଼, ବିରେନ୍ଦ୍ର ଗୌଡ଼,ସରପଞ୍ଚ ମୁରଲୀ ବେହେରା,ପୂର୍ବତନ ସରପଞ୍ଚ କିଶୋର ବିଷୋୟୀ, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ନାୟକ, ସମୀର ସେଠୀ, ସୁନୀଲ ଭୂୟାଁ ପ୍ରମୁଖଙ୍କ ସହ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ଯୋଗ ଦେଇ ଆଲୋଚନାରେ ସାମିଲ ହୋଇ ଥିଲେ ।