କାଳବୈଶାଖୀ ଓ କୁଆପଥର ମାଡରେ କଦଳୀ ବଗିଚା ନଷ୍ଟ

ବୋଡ଼େନ ୮/୪: (ପରମେଶ୍ୱର ମେହେର )ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକଲର୍କା ପଞ୍ଚାୟତର କାମପୁର ଗ୍ରାମର ଚାଷୀ କୃତ୍ତି ବାସ ପଟେଲ ଦିନ ରା ରାତି ପରିଶ୍ରମ କରି ନିଜ ଜମିରେ ର ୧୨୦୦ କଦଳୀ ଲଗାଇ ଥିଲେ କିନ୍ତୁ ଗତ ତ ୬ ତାରିଖ ସଂଧ୍ୟାରେ ପ୍ରକୃତି ସାଜିଲା ଭକ୍ଷକ, ପ୍ରବଳ ପବନ ଓ କୁଆପଥର ମାଡରେ ନଷ୍ଟ ହୋଇଗଲା କଦଳୀ ବଗିଚା ଆଉ ଏବେ ନିରାଶ୍ରୟ ହୋଇ ପଡିଛନ୍ତି ଚାଷୀ ଓ ତାଙ୍କ ପରିବାର ।ଆଶା କରିଥିଲେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଉପାର୍ଜନ କରି ନିଜ ପିଲାଙ୍କ କଲେଜ ଫିଜ୍ ଦେବେ ବୋଲି କିନ୍ତୁ ସବୁ ଆଶାକୁ ଧୂଳିସାତ କରିଦେଲା ଏହି ପ୍ରକୃତିର ଖେଳ । ରାଜସ୍ୱ ନୀରିକ୍ଷକ ଲଇବାନ ପୂଜାରୀ ଓ କୃଷି ଓଭରସିଅର ଭୋଜରାଜ ପଟେଲ କଦଳୀ ବଗିଚା ପରିଦର୍ଶନ କରିଛନ୍ତି ।ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଥ୍ ପ୍ରତି ଦୃଷ୍ଟି ଦେଇ ସରକାରଙ୍କ ତରଫରୁ ଚାଷୀଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଚାଷୀକୁଳ ଅନୁରୋଧ କରୁଛନ୍ତି । କ୍ଷତି ପୂରଣ ଆଶାରେ ନିରାଶ୍ରୟ ଚାଷୀ ।