ଭୋଜିରେ ଅଧିକ ମାଂସ ମାଗିବାରୁ ପିଟିପିଟି ହତ୍ୟା

ନୂଆପଡା (ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି,ବ୍ଲକ ବାହାଘର ପାଇଁ ଭୋଜିଭାତର ଆସର ଜମିଥିଲା। ଗାଁ ଲୋକ ଖୁସିରେ ଆସି ଭୋଜି ଭାତ ଖାଇ ଘରକୁ ଫେରୁଥିଲେ। ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଲା । ଖାଇ ବସିଥିବା ଜଣେ ବ୍ୟକ୍ତି ଅଧିକ ଥର ମାଂସ ମାଗିବାରୁ ତାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଛନ୍ତି lଦୁର୍ବୃତ୍ତ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚଉରା ଗ୍ରାମ ସାଲେପଡ଼ାରେ। ମୃତକ ହେଲେ ଚଉରା ଗ୍ରାମର ଗୋପ ବନ୍ଦି ଛୋର( ୫୩) । ହତ୍ୟାକାଣ୍ଡ ପରେ ପୁଲିସ କିଛି କିଛି ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସୋମବାର ସାଲେପଡ଼ାର ମନବୋଧ ବନ୍ଦିଛୋରଙ୍କ ଝିଅ ବାହାଘର ର ହେଉଥିଲା । ସେଥିପାଇଁ ଗ୍ରାମବାସୀଙ୍କୁ ଭୋଜିଭାତ ଦେଉଥିଲେ ମନବୋଧ। ଦୁଇ ତିନି ପର୍ଯ୍ୟାୟ ଲୋକ ଖାଇ ସାରିବା ପରେ ହଠାତ୍ ଉପୁଜିଲା ଗଣ୍ଡଗୋଳ। ଗ୍ରାମର କିଛି କିଛି ଲୋକ ଲୋକ ଖାଇ ବସିଥିବା ବେଳେ ତାଙ୍କ ସହ ବସି ଖାଉଥିଲେ ଗୋପ ବନ୍ଦିଛୋର। ସମସ୍ତଙ୍କୁ ସମାନ ମାଂସ ଦିଆଯାଉଥିବା ବେଳେ ସେ ଅଧିକ ଥର ମାଂସ ଦାବି କରୁଥିଲେ । ଏହାକୁ ନେଇ ଗୋପଙ୍କ ସହ କିଛି ଲୋକଙ୍କ ଯୁକ୍ତିତର୍କ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତଗଲା। ଗୋପଙ୍କୁ ପଙ୍କୁ ସେମାନେ କାଠ ଫାଳିଆରେ ପିଟିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲେ। ହେଲେ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ପରେ ପରିବାର ଲୋକେ ଗୋପଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ସେଠାରେ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଓ ସିନାପାଲି ଥାନାଧୁକାରୀ ଦୁର୍ଗାମାଧବ ବାଗଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କେତେକ ସନ୍ଦିଗ୍ଧଙ୍କୁ ଥାନାରେ ଅଟକରଖୁ ପଚରାଉଚରା କରୁଛି । ପ୍ରକାଶ ଥାଉକି, ବିଗତ ଦିନରେ ସିନାପାଲି ଥାନା ଜେରେଲପଦର ଗ୍ରାମ ଏକ କାଣାବରା ଉତ୍ସବରେ ମାଂସ ପାଇଁ ଗଣ୍ଡଗୋଳ ହୋଇଥିଲା। ଘଣ୍ଟିଗୁଡା ଗ୍ରାମର ଚଉବନ ନାଗଙ୍କୁ ଗରମ ପାଣିରେ ପକାଇ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଥିଲା ଅନୁରୂପ ଘଟଣା ଚଉରା ଗ୍ରାମରେ ଘଟିଥିବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି।