ଗଞ୍ଜାମ ଜିଲ୍ଲାପାଳ ଙ୍କ ସୋରଡ଼ା ବ୍ଲକ୍ ଗୋଚ୍ଛା ପଞ୍ଚାୟତ ଗ୍ରସ୍ତ

ସୋରଡ଼ା ୦୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସୋରଡ଼ା ଗ୍ରସ୍ତରେ ଆସିଲେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ୍।ଆଜି ସୋରଡା ବ୍ଲକ ଗୋଛା ପଞ୍ଚାୟତ ରେ ଆମେ ଜାଣିବା ଆମ ବଜେଟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଅଗ୍ନି ବିପର୍ଣ୍ଣ ଙ୍କୁ ଭେଟିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ୍।ତେବେ ଆଜି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ୍ ଙ୍କ ସହ ସିଡିଓ ସମୀର ଜେନା ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ସୋରଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର 63 ନମ୍ବର ଜିଲ୍ଲା ପରିଷଦ ସମରେନ୍ଦ୍ର ସାହୁ ସରପଞ୍ଚ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଗୋଛା ପଞ୍ଚାୟତ କାର୍ଯ୍ୟଳୟ ରେ ଉଭୟ ମହିଳା ଓ ପୁରୁଷ ମାନେ ନିଜ ନିଜର ଅସୁବିଧା ଜିଲ୍ଲାପାଳ ଙ୍କ ନିକଟରେ ଜଣାଇ ଥିଲେ ଲୋକେ ଖୁବ୍ ଶୀଘ୍ର ସବୁ ସମସ୍ୟା ର ସମାଧାନ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।