ଦୁଇ ବାଇକ୍ ମୁହାଁମହିଁ ଦୁଇ ଗୁରୁତର ଜଣେ ଆହତ

ସୋରଡ଼ା ୦୮/୦୪ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଁ ଖିଲାବାଡି ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଦୁଇ ଗୁରୁତର ଜଣେ ଆହତ। ଗୁରୁତର ଦୁଇଜଣ ହେଲେ ସାଗର ନାୟକ ଓ ରାଜା ନାୟକ। ସୂଚନା ମୁତାବକ ରାଜା ଓ ଜିତୁ ଗୋଟିଏ ବୁଲେଟ ବାଇକ୍ ଯୋଗେ ଭଞ୍ଜନଗର ରୁ ନିଜ ଗାଁ କଳାଖାଡି ଯାଉଥିବା ବେଳେ ଖିଲାବାଡ଼ି ଗାଁ ରୁ ପଲସର ଯୋଗେ ଆସୁଥିଲେ ସାଗର ଓ ମୁହାମୁହିଁ ଧକ୍କା ହୋଇଥିଲା ତେବେ କିଛି ସ୍ଥାନୀୟ ଲୋକ ଦେଖିବା ପରେ ଅଟୋ ଯୋଗେ ସୋରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଉଭୟ ରାଜା ଓ ସାଗର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ତାନାନ୍ତର କରାଯାଇଛି।