
ଭଞ୍ଜନଗର ୧୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଉତ୍ତମ କାର୍ଯ୍ୟଦକ୍ଷତା, ଆଇନ ଶୃଙ୍ଖଳା ପରିସ୍ଥିତିରେ ସଫଳତା ଏବଂ ଗୁଣିଗାରେଡି ଅନ୍ଧ ବିଶ୍ୱାସ ହ୍ରାସ କରିବା କ୍ଷେତ୍ରରେ ତାରାସିଙ୍ଗି ଥାନା ସବୁଠାରୁ ଭଲ କାମ କରିଥିବା କାରଣରୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ତାରାସିଙ୍ଗି ଥାନାଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ଙ୍କୁ ପ୍ରଶଂସା ପତ୍ର ପୁରସ୍କୃତ କରିଛନ୍ତି। ସାଇବର ସଚେତନତା ପାଇଁ ଅନଲାଇନ ଠକେଇ କମିବା, ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଦୁର୍ଘଟଣା କମିବା ଏସବୁ କ୍ଷେତ୍ର ରେ ଉତ୍ତମ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି ଶ୍ରୀମତୀ ପୂଜାରୀ । ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ସଚେତନତା ମାଧ୍ୟମରେ ତାରାସିଂ ଥାନା ଆହୁରି ଆଗକୁ ନେବାକୁ ଶ୍ରୀମତୀ ପୂଜାରୀ କହିଛନ୍ତି।