ନେତୃତ୍ୱ ବିହୀନ ଚୌଦ୍ୱାର ରାଜନୀତି

ଚୌଦ୍ୱାର (ଶିବବ୍ରତ ଦାସ ) ଗତ ବିଧାନସଭା ନିର୍ବାଚନରେ ପରିବର୍ତନର ସ୍ୱର ସାରା ରାଜ୍ୟରେ ଦେଖାଦେଇଥିବା ବେଳେ ଚୌଦ୍ୱାର କଟକରେ ଏହାର ପ୍ରଭାବ ଦେଖିବାକୁ ମିଳିନଥିଲା କାରଣ ସରକାରୀ ଦଳ ତାର ପାର୍ଥୀ ଚୟନରେ ସେହି ପୁରୁଣା ମୁହଁ ନୟନ ମହାନ୍ତି ଙ୍କୁ ଦେଖାଇଥିଲା ମାତ୍ର ଚୌଦ୍ୱାର କଟକ ବାସୀଙ୍କ ନିଷ୍ପତି ତାଙ୍କ ବିରୋଧରେ ଗଲା କାରଣ ସେ ସଂଗଠନ କରିବାରେ ବିଫଳ ଏବଂ ନିର୍ବାଚନ ସମୟରେ ଦଳୀୟ ପାଣ୍ଠିକୁ ଖର୍ଚ୍ଚ ନକରି ବ୍ୟକ୍ତିଗତ ଖାତାରେ ରଖି ନିର୍ବାଚନ ଲଢ଼ିଥାନ୍ତି ତେଣୁ କର୍ମୀ ତାଙ୍କଠାରୁ ଦୁରେଇ ଦଳର ବିକଳ୍ପ ନେତାଙ୍କୁ ଅପେକ୍ଷା କରନ୍ତି.
ଚଳିତ ରାଜ୍ୟସଭା ନିର୍ବାଚନ ପରେ ଚୌଦ୍ୱାର ରାଜନୀତି ବେସ ଚର୍ଚ୍ଚାରେ ରହିଆସିଛି.ସମସ୍ତ ଦଳୀୟ କର୍ମୀ ନିଜର ସ୍ଥିତି କଣ ଭବିଷ୍ୟତ ପାଇଁ ସେଥିପାଇଁ ଚିନ୍ତାରେ. କାରଣ ରାଜ୍ୟସଭା ଘୋଡ଼ାବେପାର ପରେ କିଏ ଧରିବ ଚୌଦ୍ୱାର ମଙ୍ଗ ତାହା ପ୍ରଶ୍ନବାଚୀରେ? କାରଣ ତିନୋଟି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି. ଦ୍ୱିତୀୟତ କଂଗ୍ରେସ ଚୌଦ୍ୱାର ରାଜନୀତିରେ ସବୁଠାରୁ ନିମ୍ମରେ କାରଣ ଜଣେ ସଂଗଠନ କରିଚାଲିଥାଏ ବର୍ଷ ବର୍ଷ ଧରି ମାତ୍ର ଠିକ ନିର୍ବାଚନ ବେଳକୁ ଦଳ ଏପରି ପ୍ରାର୍ଥୀ ଦିଏ ଯାହାକୁ କେହି ଜାଣିନଥାନ୍ତି ତେଣୁ କଂଗ୍ରେସ ଭୋଟ ବାଧ୍ୟ ହୋଇ ଅନ୍ୟ ଦଳୀୟ ପ୍ରାର୍ଥୀକୁ ଚାଲିଯାଏ ଯାହା ଦ୍ୱାରା କ୍ଷତି କଂଗ୍ରେସ ସହେ ଏବଂ ବିପକ୍ଷ ଲାଭରେ ରୁହେ.କଂଗ୍ରେସର ଏହି ନୀତି ପାଇଁ ସ୍ବର୍ଗତ କାଁହୁଚରଣ ଲେଙ୍କାଙ୍କ ପରେ ଚୌଦ୍ୱାରରେ କଂଗ୍ରେସ ଧରାଶାୟୀ.ତୃତୀୟରେ ଚବିଶି ବର୍ଷ ଶାସନ କରିଥିବା ଚୌଦ୍ୱାର କଟକର ମୁଖିଆ (ବାପ ଓ ପୁଅ )ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରି ବିଧାୟକ ସୌଭିକ ବିଶ୍ୱାଳ ଏକ ପ୍ରକାର ଦ୍ଵନ୍ଦ ସୃଷ୍ଟି କରିଦେଲେ ଚୌଦ୍ୱାର ବିଜେଡିରେ. ଚୌଦ୍ୱାର ବିଜେଡି କର୍ମୀ ଓ ସାଙ୍ଗଠନିକ କର୍ମକର୍ତା କୁଆଡେ ଯିବେ ବିଶ୍ୱାଳ ବାପ ପୁଅ ଯୁଆଡେ ନା ଦଳର ମୁଖିଆ ନବୀନ ପଟନାୟକଙ୍କ ସହିତ? ଘୋଡା ବେପାର ପରେ ନିଜକୁ ସିବିଆଇରୁ ବଞ୍ଚାଇବାକୁ ପ୍ରଭାତ ବିଶ୍ୱାଳ ନିଜ ବିଧାୟକ ସୌଭିକ ବିଶ୍ୱାଳର ଭୋଟ ବିପକ୍ଷ ଦଳକୁ ପ୍ରଦାନ କରିଥିଲେ ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା. ମାତ୍ର ଚୌଦ୍ୱାର ପୌର ପାଳିକାର ଅଧ୍ୟଖ୍ୟା ତଥା ତେର ଜଣ ପାରିଷଦ ଯଦି ଇସ୍ଥଫା ଦେଇ ପ୍ରଭାତ ବିଶ୍ୱାଳ କୁ ସମର୍ଥନ କରନ୍ତି ତେବେ ଚୌଦ୍ୱାର ରାଜନୀତିର ସମୀକରଣ ବଦଳିବା ବର୍ତ୍ତେ ପୁନର୍ବାର ସେହି ବିଜେଡିରୁ ବିଦାୟୀ ନେତାଙ୍କ ହାତରେ ରହିବ ଯାହା ଦୀର୍ଘ ଦିନରୁ ନିସ୍ଵାର୍ଥପର ଭାବେ ବିଜେପି ପାଇଁ କାର୍ଯ୍ୟ କରୁଥିଲେ ସେମାନଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବ କୁଆଡେ ଯିବେ ପୁରୁଖା ବିଜେପି ନେତା ଓ କର୍ମୀ ।