ଭୟରପୁର ଠାରେ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗ୍ରହ

ଚୌଦ୍ୱାର (ଶିବବ୍ରତ ଦାସ )ଟାଙ୍ଗୀ ଚୌଦ୍ୱାର ବ୍ଲକ ଭୟରପୁର ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଟେଟ୍ରାହେଡ୍ରନ୍ ଏଡୁକେଶନାଲ୍ ଟ୍ରଷ୍ଟ, ଟାଙ୍ଗୀ ଓ ରଘୁନାଥଜୀଉ କ୍ଲବ, ଭୟରପୁର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିର କୁ ଟେଟ୍ରାହେଡ୍ରନ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ତ୍ରିଦେବ ବେହେରା ଓ ଯୁବ ରେଡ଼କ୍ରସ କଟକ ଜିଲ୍ଲା ସଂଯୋଜୀକା ଅଧ୍ୟାପିକା ସସ୍ମିତା ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଶ୍ରୀରାମ ମନ୍ଦିର କମିଟି ତରଫରୁ ବଂଶୀଧର ମହାନ୍ତି, ବିଜୟ କୁମାର ମହାପାତ୍ର, ହେମନ୍ତ କୁମାର ଓଝା, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତଙ୍କୁ ଉତ୍ସାହିତ କରିଥିଲେ ।ଏହି ଶିବିରରେ ୫୦ଜଣ ସ୍ବେଛାକୃତ ରକ୍ତଦାନ କରିଥିବା ବେଳେ ୧୫ରୁ ଉର୍ଦ୍ଧ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ କେନ୍ଦ୍ର କଟକ ତରଫରୁ ଡ଼ା ଅରୁଣ ଖୁଣ୍ଟିଆ, ସୁନୀଲ ଖଣ୍ଡାଇ, ବିଜୟ ସ୍ୱାଇଁ, ପ୍ରକାଶ ମଲ୍ଲିକ ଓ କୀର୍ତ୍ତନ ବହିଦାର ପ୍ରମୁଖ ରକ୍ତ ସଂଗ୍ରହ କରିଥଲେ। ରଘୁନାଥଜୀଉ କ୍ଲବର ସଭାପତି ରତି ରଞ୍ଜନ ସାହୁ ଓ ସମ୍ପାଦକ ଜ୍ୟୋତି ପ୍ରକାଶ ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିର କୁ ବିଶ୍ୱରଂଜନ ସାହୁ, ଲିଲିବାଳା ମହାନ୍ତି, ପ୍ରକାଶ ପ୍ରଧାନ, ଧନଞ୍ଜୟ ବେହେରା, ରଞ୍ଜିତ ବେହେରା, ପ୍ରଭାତ ରଞ୍ଜନ ମହାନ୍ତି, ସନ୍ଦୀପ ମହାପାତ୍ର, ସଂଗ୍ରାମ ବେହେରା, ବଳରାମ ସାହୁ, ସୌମ୍ୟ ରଞ୍ଜନ ସାହୁ, ଶୁଭମ ଜ୍ୟୋତି ସାହୁ ଓ ଗୌରବ କୁମାର ସାହୁ ସହ ରଘୁନାଥଜୀଉ କ୍ଲବ ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।