
ଚୌଦ୍ୱାର (ଶିବବ୍ରତ ଦାସ)ଚୌଦ୍ୱାର କଳାପ୍ରକାଶିନୀ କ୍ଳବ ଠାରେ ବାଜି ରାଉତ କୈବର୍ତ୍ତ ସଙ୍ଘ ତରଫରୁ ୧୫ ତମ ଚୈତ୍ର ମହୋତ୍ସବ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସମାଜସେଵୀ ଶ୍ରୀ କ୍ଷୀରୋଦ ସାହୁ ଯୋଗ ଦେବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଏଥିସହିତ ବିଶିଷ୍ଟ ଘୋଡାନାଚ ବିଷାରଦ ପଦ୍ମଶ୍ରୀ ଡ଼ ଉତ୍ସବ ଚରଣ ଦାସ ଙ୍କ ସ୍ମୃତି ଉଦେଶ୍ୟରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ମହୋତ୍ସବ ରେ ଘୋଡାନାଚ, ଅହଲ୍ୟା ଉଦ୍ଧାର, ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ଣୁ ଚରଣ ବେହେରା ମ୍ୟଚ୍ୟଜୀବି ସୋସାଇଟି ସଭାପତି
ଡ଼ ପରୀକ୍ଷିତ ଦଳାଇ, କଟକ ମହାନଗର ନିଗମ ର ପୂର୍ବତନ କରପୋରେଟର ନମିତା ମଞ୍ଜରୀ ସାହୁ, ବାଜିରାଉତ କୈବର୍ତ୍ତ ସଙ୍ଘ ର ସେକ୍ରେଟେରୀ ଅଜୟ ବେହେରା, ମଙ୍ଗରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।