
ଭଞ୍ଜନଗର ୧୪/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଥାନା ତରଫରୁ ଥାନା ସମ୍ମୁଖରେ ଛେନା ପଣା ବଣ୍ଟନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ କୁ ଏସଡ଼ିପିଓ ଡ଼. ଦୀପକ କୁମାର ମିଶ୍ର ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସଆଈ ସମୀର କୁମାର ସେଠି, ଏଏସଆଈ ବିଦେଶୀ ବେହେରା, ରୁଦ୍ରପ୍ରତାପ କହଁର, ହାବିଲଦାର ଦିଲ୍ଲୀପ କୁମାର ରାଉତ, କନେଷ୍ଟବଳ ସନ୍ତୋଷ ନାୟକ, ନାମ ଗମାଙ୍ଗ, ନରେଶ ଶବର, ବାବୁଲା ନାୟକ, ଗଜେନ୍ଦ୍ର ସ୍ୱାଇଁ, ମଣ୍ଟୁ ପଣ୍ଡା, ଥାନା ଡ୍ରାଇଭର ସଞ୍ଜୟ କୁମାର ପରିଡା ସହଯୋଗ କରିଥିଲେ। ଆଜି ଭଞ୍ଜନଗର ରେ ପ୍ରବଳ ଖରା ହେଉଥିବା ବେଳେ ଛେନାପଣା ପିଇବାକୁ ବହୁତ ଲୋକ ଜମା ହେଇଥିବା ଦେଖିବାକୁ ମିଳିଥିଲା । ଭଞ୍ଜନଗର ଥାନା ର ଏହି ମହାନ କାର୍ଯ୍ୟକୁ ଜନସାଧାରଣ କୃତଜ୍ଞତା ଅର୍ପଣ କରିଛନ୍ତି।