ଦଣ୍ଡ ନାଚ ଦେଖିବାକୁ ଆସି ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ, ତିନି ଗୁରୁତର

ସୋରଡ଼ା ୧୩/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଦଣ୍ଡ ନାଚ ଦେଖିବାକୁ ଆସି ଦୁଇ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ଗଞ୍ଜାମ ସୋରଡା ଥାନା ପୋଡାଖାରି ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।ମୃତକ ମାନେ ହେଲେ ଗୋବିନ୍ଦପୁର ଗାଁର ଗୁରୁଦେବ ପ୍ରଧାନ , ଚାଞ୍ଚରାପଲ୍ଲୀ ଗାଁର ବଳିଆ ମଲ୍ଲିକ । ଗୁରୁତର ମାନେ ହେଲେ ସୋରଡ଼ା ର ଗାୟତ୍ରୀ ମଲ୍ଲିକ, ବହଗାପଲ୍ଲି ର ପିଣ୍ଟୁ ମଲ୍ଲିକ,ଲାଠିପଡ଼ାର ଜିତୁ ସେଠୀ ।ଦୁର୍ଘଟଣା ହୋଇଥିବା ଖବରପାଇ ସୋରଡା ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡ଼ିକାଲକୁ ପଥାଇଦିଆଯାଇଛି । ସୋରଡା ପୋଲିସ୍ ମୃତଦେହ କୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।