
ଚୌଦ୍ୱାର (ଶିବବ୍ରତ ଦାସ )) ସରସ୍ବତୀ ସାହିତ୍ୟ ସଂସଦ ଆଗ୍ରାହାଟ ଆନୁକୂଲ୍ୟରେ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ତଥା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି. ସଂସଦର ସଭାନେତ୍ରୀ ସ୍ଵର୍ଣ୍ଣଲତା ଷଡ଼ଙ୍ଗୀଙ୍କ ପୌରାହିତ୍ୟରେ ଆଗ୍ରାହାଟସ୍ଥ ବୈଦେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ସଭାରେ ଝୁମୁକା ପତ୍ରିକାର ସମ୍ପାଦକ ମାନସ ସାମଲ, ଭାଗବତ ରାଉତ, ଗୌତମ ଆଚାର୍ଯ୍ୟ, ଅଖୟ କୁମାର ଭୂୟାଁ, ପ୍ରଫୁଲ୍ଲ ସାହୁ, ଅନିଲ କୁମାର ବଳ, ବୈଦ୍ୟନାଥ ଖିଲାର, ତ୍ରିଲୋଚନ ଖୁଣ୍ଟିଆ, ଭାଗିରଥି ସାହୁ, କୃଷ୍ଣଚନ୍ଦ୍ର ପ୍ରତାପସିଂହ, ପ୍ରମୋଦ ନାୟକ, ସୁରେନ୍ଦ୍ର ଓଝା, ଜୟକୃଷ୍ଣ ସ୍ୱାଇଁ, ନିରଞ୍ଜନ ବେହେରା, ସଂଜୀବ କୁମାର ବେଉରା, ପ୍ରମୋଦ କୁମାର ପଣ୍ଡା ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କବି ଓ କବିୟତ୍ରୀ ଯୋଗଦାନ କରିଥିଲେ. ଉକ୍ତ ସଭାରେ କବିତା ପାଠ ସହିତ ସାହିତ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା. ବିଜୟ ପ୍ରତାପ ସାହୁ ସ୍ୱାଗତ ଭାଷଣ ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ରମାନାଥ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ. ଅବସର ପ୍ରାପ୍ତ ଶିକ୍ଷକ ଅକ୍ଷୟ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ସୁରେନ୍ଦ୍ର କୁମାର ଓଝାଙ୍କ ପ୍ରସ୍ତୁତ ଓଡ଼ିଆ ଦିନଲିପିର ଶୁଭ ଉଦଘାଟନ କରଯାଇଥିଲା । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୁପରେ ଅନୁଷ୍ଠିତ ହୋଇଥିଲା ।