ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: କର୍ପୋରେଟ ଜିହାଦ ବିରୋଧରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବୁଗୁଡ଼ା,୧୮/୦୪(ସୋରେନ କୁମାର ପ୍ରଧାନ):ମହାରାଷ୍ଟ୍ରର ନାସିକଠାରେ ଘଟିଥିବା କର୍ପୋରେଟ ଜିହାଦ ଘଟଣାକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ, ଏହାର ପ୍ରତିବାଦରେ ବଜରଙ୍ଗ ଦଳ ବୁଗୁଡ଼ା ଶାଖା ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସ୍ଥାନୀୟ ମଦନମୋହନ ଛକଠାରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ କର୍ପୋରେଟ ଜିହାଦ ବିରୋଧରେ ସ୍ଲୋଗାନ ଦେବା ସହ କୁଶପୁତ୍ତଳିକା ଦାହ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ପରେ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତହସିଲଦାରଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସ୍ବାମୀ ସତ୍ୟାନନ୍ଦ ଗିରି,ଘୁମୁସର ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ସ୍ବାଇଁ ,ନଗର ସଂଯୋଜକ ଗୁଲ୍ସନ୍ କୁମାର ସାହୁ,ସହ ସଂଯୋଜକ ସରୋଜ କୁମାର ସାହୁ,ବିଦ୍ୟାର୍ଥୀ ପ୍ରମୁଖ ସଂଗ୍ରାମ ଦାସ ସମେତ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନକୁ ସଫଳ କରିଥିଲେ।