
ସୋରଡ଼ା ୨୨/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁ ନିକଟ ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ମୃତଦେହ ।ମୃତଦେହ ଟି ୭ ରୁ ୮ ଦିନ ହେବ ପଡ଼ିଥିବା ବେଳେ କେମିତି ମୃତୁ ଘଟିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ତେବେ ମୃତ ଦେହଟି ଗୋଟିଏ ପୁରୁଷ ଲୋକର । ଘଟଣା ସ୍ଥଳରେ ଆସିକା ଏସଡିପିଓ ବ୍ରହ୍ମପୁର ସଦର ଏସଡ଼ିପିଓ ସାଇଣ୍ଟିଫିକ ଟିମ୍, ସୋରଡ଼ା ପୋଲିସ୍ ଓ ସୋରଡା ଅତିରିକ୍ତ ତହସିଲଦାର୍ ପହଞ୍ଚି ଶବଟିକୁ ଚିହ୍ନଟ କରିଥିଲେ । ସୂଚନା ମୁତାବକ ଶବ ଟି ଗୋପାଳପୁର ଥାନା ମାଣ୍ଡିଆ ପଲ୍ଲୀ ଗ୍ରାମର ସୁଧୀର ପାତ୍ର ବୟସ -୪୭ , ବାପା ନୀଳମଣି ପାତ୍ର । ସୁଧୀର ଚଳିତ ମାସ ୧୫ ତାରିଖରୁ ମଣ୍ଡିଆପଲ୍ଲି ଗ୍ରାମ ପ୍ରେମ ଅଫିସ ନିକଟରୁ ନୋଖାଜ୍ ଥିବା ଥାନା ରେ ଏତଲା ହୋଇଥିଲା । ଗୋପାଳପୁର ପୋଲିସ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ସନ୍ଧାନ ପାଇନଥିଲେ । ହେଲେ ଆଜି ଘଟଣା ସ୍ଥଳରେ ସମସ୍ତ ଅଧିକାରୀ ପହଞ୍ଚିବା ସହ ସୁଧୀର ଙ୍କ ଘର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ଶବ ଟିକୁ ଚିହ୍ନଟ କରିଥିଲେ ଯାହାକି ସୁଧୀର ର ମୃତ ଦେହ ଜଣା ପଡ଼ିଛି । ତେବେ ସୁଧୀର ର କିପରି ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ଥିବା ବେଳେ ମୃତୁର ପକୃତ କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ।