କୃତି ଛାତ୍ର ଛାତ୍ରୀମାନଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିନା

ଚୌଦ୍ୱାର (ଶିବବ୍ରତ ଦାସ ): ଚୌଦ୍ୱାର ବାଣୀପଦା ସ୍ଥିତ ଉତ୍କଳ ଇଣ୍ଟରନେସନାଲ ସ୍କୁଲ ର ସିବିଏସଇ ଦଶମ ପ୍ରରୀକ୍ଷା ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ସ୍କୁଲର ପ୍ରତିଷ୍ଠାତା ଗଣେଶ ବେହେରାଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଗୋପ ସେଣ୍ଟ ଜାଭିୟର ସ୍କୁଲ ର ଅଧ୍ୟକ୍ଷ ନିରଞ୍ଜନ ବେହେରା, ସମ୍ମାନୀତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ,ସ୍କୁଲ ର ପ୍ରିନ୍ସପାଲ ସୁଧାକର ଷଢଙ୍ଗୀ ଓ ଭାଇସ ପ୍ରିନ୍ସପାଲ ଦେବସ୍ମିତା ବସ୍ତିଆ ଯୋଗଦେଇ ଥିଲେ । ସ୍କୁଲର ମୋଟ ୨୯୮ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ୯୮ପ୍ରତିଶତ ସମେତ ୩୬ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ଏବଂ ୧୦୧ଜଣ ୮୦ ପ୍ରତିଶତ ରୁ ଅଧିକ ନମ୍ବର ରଖିଥିବାର ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ୯୮ପ୍ରତିଶତ ନମ୍ବର ରଖିଥିବା ସ୍ୱସ୍ତିକ ସ୍ୱରୂପା ସାହୁ, କରନ କୁମାର ଓ ପ୍ରିୟବ୍ରତ ମହାନ୍ତି ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।ଏହା ସହିତ ୯୦ ପ୍ରତିଶତ ରୁ ଅଧିକ ରଖିଥବା ଛାତ୍ରଛାତ୍ରୀମାନଂକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସ୍କୁଲ ବହୁ ଛାତ୍ରଛାତ୍ରୀ,ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସ୍କୁଲ ର ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ।