
ଚୌଦ୍ୱାର (ଶିବବ୍ରତ ଦାସ )ସକାଳ ୧୦ଟା ହେଲେ ଯୋଉଠି ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଛି ଡହ ଡହ ଖରାରେ ତତଲା ପିଚୁରେ ଜଣେ ଅସହାୟ ମହିଳା ଚାଲି ଚାଲି ଯିବା ପଥଚାରୀ ମାନଙ୍କୁ ଚକିତ କରିଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥରେ ଖରାରେ ଚାଲି ଚାଲି ଯାଉଥିବା ମହିଳା ଯାଉଥିବା ଖବର ପାଇଁ ଅଞ୍ଚଳ ର ସ୍ୱାଭିମାନ ସେବା ସଂଘ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ର ସଭା ନେତ୍ରୀ ଅନୁରୋଧ ନାୟକ ଦୁଷ୍ମନ୍ତ କୁମାର ସାହୁ , ସଙ୍ଗୀତା ବେହେରା , ସଂନ୍ଧ୍ୟା ବେହେରା ସହ ଅନ୍ୟ କର୍ମ କର୍ତ୍ତା ମାନେ ମହିଳା ଙ୍କ ନିକଟରେ ପହଞ୍ଚି ତୁରନ୍ତ ମହିଳା କୁ ଏକ ଚପଲ ଦେବା ସହ ଉଦ୍ଧାର କରି ଟାଙ୍ଗୀ ଥାନା କୁ ଆଣିଥିଲେ।ସେଠାରେ ମହିଳା ଜଣଙ୍କୁ କିଛି ପଚରା ଉଚରା କରିଥିଲେ ମଧ୍ୟ ସେ କିଛି ଉତ୍ତର ଦେଇ ନଥିଲେ । ପୁଲିସ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ର କର୍ମ କର୍ତ୍ତା ମାନେ ମହିଳା ମହିଳା ଙ୍କ ନାମ କରିସ୍ମା ମଲ୍ଲିକ (୨୦) ତାଙ୍କ ସ୍ୱାମୀଙ୍କ ନାମ ପବିତ୍ର ମଲିକ ସହ ଘର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କାଏମା ଗ୍ରାମର ବୋଲି ପୁଲିସ ଜାଣିବାକୁ ପାଇଥିଲେ।। ପରେ ପୁଲିସ କରିସ୍ମା ଙ୍କ ସ୍ବାମୀ କୁ ଖବର ଦେଲା ପରେ ପବିତ୍ର ଥାନାରେ ପହଞ୍ଚି ତାଙ୍କ ପତ୍ନୀଙ୍କ ମୁଣ୍ଡ ଦୋଷ ଥିବା କହିବା ସହ ୨୦ତାରିଖ ରାତି ରୁ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିବା ୨୧ ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିବା ପୁଲିସ କୁସକହିଥିଲେ। ପୁଲିସ ଉକ୍ତ ଘଟଣା ର ତଦନ୍ତ କରି ସତ୍ୟା ସତ୍ୟ ଜାଣିବା ପରେ ଥାନା ରେ ଲେଖା ପଡି କରି ତାଙ୍କ ସ୍ଵାମୀ ତାଙ୍କ ପତ୍ନୀ କରିସ୍ମା କୁ ନେଇ ଘରକୁ ଫେରିବା ସହ ଟାଙ୍ଗୀ ଥାନା ଓ ସ୍ୱାଭିମାନ ସେବା ସଂଘ ର କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।