
ଭଞ୍ଜନଗର ୨୫/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ପକ୍ଷରୁ ଭଂଜନଗର ଥାନାରେ ଏକ ଏତଲା ଦିଅ। ଯାଇଛି । ଏହି ଏତଲାରୁ ଜଣାପଡିଛି ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରର ରତ୍ନ ଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ନିଖୋଜ ବା ଚୋରି ହୋଇଥିବାର ଗଣତିରୁ ଜଣାପଡିଥିଲା । ଏପରି କି ମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ରତ୍ନ ଭଣ୍ଡାରର ସୁନା ଅଳଙ୍କାର ସୁରକ୍ଷିତ ଥିବାର ମିଥ୍ୟା ସତ୍ୟପାଠ କରାଯାଇଥିଲା । ଯାହାକି ଏହା ଏକ ଅପରାଧିକ ଘଟଣା ଅଟେ । ଏଣୁ ଏହାର ଏକ ସ୍ଵତର୍ନ୍ତ୍ର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ପଶ୍ଚିମ କଂଗ୍ରେସ ପକ୍ଷରୁ ଭଂଜନଗର ଥାନାରେ ଲିଖିତ ଏତଲା ଦିଅ।ଯାଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପଶ୍ଚିମ ସଭାପତି ଦଣ୍ଡପାଣି ପାତ୍ର , ସମ୍ପାଦକ ପ୍ରଶାନ୍ତ ବିଷୋଇ , ବବି ଅନନ୍ତନାଗ ରଥ , ନଗର ସଭାପତି ପ୍ରମୋଦ ଭୂୟାଁ , ଭଞ୍ଜନଗର ବ୍କକ ସଭାପତି ବାଲ୍ୟ କୁମାର ବେହେରା , ଯୁବ ନେତା ଅନିଲ କୁମାର ମଲ୍ଲିକ ଓ ବେଲଗୁଣ୍ଠା ବ୍ଲକ ସଭାପତି ମଧୁସୁଦନ ପଣ୍ଡାଙ୍କ ସମେତ ବହୁ କଂଗ୍ରେସ ନେତା ପ୍ରମୁଖ ଯୋଗ ଦେଇଥିଲେ ।