ଚୌଦ୍ୱାରରେ ମଧୁବାବୁଙ୍କ ଜୟନ୍ତୀ

ଚୌଦ୍ୱାର (ଶିବବ୍ରତ ଦାସ ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତୀ ଚୌଦ୍ୱାରର ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳିତ ହୋଇଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ସଭାପତି ବିଶ୍ୱକଲ୍ୟାଣ ଦାସଙ୍କ ଅଧ୍ୟକ୍ଷତାରେ ଚୌଦ୍ୱାର ମହିଳା ମହାବିଦ୍ୟାଳୟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ଚୌଦ୍ୱାର ପୌରପାଳିକାର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପସଭାପତି ଶରତ କୁମାର ଖୁଣ୍ଟିଆ, ସମାଜସେବୀ ବୈଷ୍ଣବ ଚରଣ ପ୍ରଧାନ, ଶିକ୍ଷାବିତ୍ ଭାଗବତ ରାଉତ, କବି ଅକ୍ଷୟ ମିଶ୍ର, କାଉନସିଲର ଦିଲ୍ଲୀପ କୁମାର ସାହୁ, ଅଜୟ କୁମାର ବେହେରା, ଆଶୁତୋଷ ଦାସ, ଡାଳିଯୋଡ଼ା ସାହିତ୍ୟ ସଂସଦର ସଭାପତି କେ.ସି.ପ୍ରତାପ ସିଂହ, ବିଜୟ କୁମାର ନନ୍ଦ, ମନ୍ମଥ କୁମାର ସାହୁ, ରାମଚନ୍ଦ୍ର ସ୍ୱାଇଁ, ଅନୀଲ କୁମାର ବଳ, ବିଜେପି ନେତା ବିଷ୍ଣୁଚରଣ ପରିଡ଼ା, କଂଗ୍ରେସ ନେତ୍ରୀ ମୋନାଲିସା ଦାଶ ପ୍ରମୁଖ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ସଂସଦର ଯୁଗ୍ମ ସଂପାଦକ ଆଡ଼ଭୋକେଟ୍ ସରିତା ଦାସ, ସହ ସଂପାଦକ ଭାସ୍କର ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂପାଦକ ଦିବ୍ୟଜ୍ୟୋତି ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।