ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଓଡିଶା ହାଇକୋର୍ଟ ବିଚାରପତି ମୁରାହରି ଶ୍ରୀ ରମଣ ମା ‘ଙ୍କ ଆଶୀର୍ବାଦ ନେଲେ

ଭଞ୍ଜନଗର ୨୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଏବେ ଶୀର୍ଷ ଛୁଇଁଛି। ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନ ପର୍ବରେ ଆଜି ସାମିଲ ହୋଇଛନ୍ତି ମାନ୍ୟବର ହାଇକୋର୍ଟ ଜଷ୍ଟିସ ମୁରାହରି ଶ୍ରୀ ରମଣ ନିଜ ପରିବାର ସହ ଯାତ୍ରା ପଡ଼ିଆରେ ପହଞ୍ଚି ଜଷ୍ଟିସ ଶ୍ରୀ ରମଣ ଦୁଇ ଠାକୁରାଣୀଙ୍କ ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଯାତ୍ରା କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ, ମା’ଙ୍କ ଅପାର ମହିମା ଓ ଭଞ୍ଜନଗରର ଏହି ପାରମ୍ପରିକ ଗଣପର୍ବକୁ ଦେଖି ସେ ବେଶ୍ ଅଭିଭୂତ ହୋଇଛନ୍ତି। ଶୃଙ୍ଖଳିତ ଦର୍ଶନ ସହ ମା’ଙ୍କ ପାଖରେ ସାରା ରାଜ୍ୟର ମଙ୍ଗଳ ମନାସିଛନ୍ତି ଜଷ୍ଟିସ ଓ ତାଙ୍କ ପରିବାର।”