
ଜଗନ୍ନଥପ୍ରସାଦ – ୨୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ପ୍ରତାପୁର ଗାଁ ଖଦାଳ ସାହି ଦିବାକର ନାଇକଙ୍କ ଘରେ ରେ ବିଳମ୍ବିତ ରାତିରେ ଦୁଇଜଣ ଯୁବକ ପଶିଥିଲେ । ସେମାନେ କେଉଁ ଉଦ୍ଦେଶ୍ୟ ରେ ପଶିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ଆକ୍ରମଣ କରିବା ପାଇଁ ହାତରେ ଭୁଜାଲି ଧରି ଭୟଭୀତ କରାଇବା ସହ ଘରେ ଫିଙ୍ଗାଫୋପଡା କରି ନିଦରୁ ଉଠାଇଥିବା କହିଛନ୍ତି ପରିବାର ଲୋକ । ଘରେ ଠେଲାପେଲା ହୋଇ ଫ୍ରିଜ ପଡିବା ସହ ଆସବାବପତ୍ର ଏପଟ ସେପଟ ହୋଇପଡିଛି । ଘରେ ଥିବା ପାଞ୍ଚ ମାସର ପିଲା ଅଳ୍ପକେ ବର୍ତ୍ତିଛି। ଘର ପାଟିତୁଣ୍ଡ ଶୁଣି ସାହିବାସିନ୍ଦା ଆସିବାରୁ ଦୁଇ ଯୁବକ ଦୌଡି ପଳାଇବାରେ ସକ୍ଷମ ହୋଇଥିବାବେଳେ ସାହି ମୁଣ୍ଡରେ ଜଣେ ଯୁବକ ବାଇକ ସହ ଠିଆ ହୋଇଥିବା ଦେଖି ସନ୍ଦେହରେ ଧରିଥିଲେ ସାହିର ଯୁବକ ମାନେ । ସେ ଅନ୍ୟଦୁଇଜଣ ଯୁବକ ଙ୍କୁ ଆଣିଥିବା ଜାଣିବା ପରେ ସାହି ବାସିନ୍ଦା ତାକୁ ଧରି ହାତ ଓ ଗୋଡ଼ କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ସକାଳୁ ଖବର ପାଇ ବେଲଗୁଣ୍ଠା ପୋଲିସ ପଂହଁଚି ସେହି ଯୁବକ କୁ ଉଧାର କରିବା ସହ ବାଇକ ସହ ଥାନାକୁ ନେଇଛି । ଯୁବକ ଜଣକ ନିଜ ପରିଚୟ ଭିନ୍ନଭିନ୍ନ ଠିକଣା କହୁଥିବାରୁ ତାର ପ୍ରକୃତ ପରିଚୟ ମିଳି ପାରିନାହିଁ । ମୃତ ଦିବାକର ନାଇକ ଙ୍କ ପତ୍ନୀ ପାର୍ବତୀ ନାଇକ ଆଜି ଥାନାରେ ଲିଖିତ ଅଭିଯୋଗ ଜଣାଇବା ସହ ଫେରାର ହୋଇଯାଇଥିବା ଦୁଇ ଯୁବକଙ୍କୁ ମଧ୍ୟ ଧରି କୋର୍ଟ ଚାଲାଣ କରିବାକୁ ଦାବି ଜଣାଇଛନ୍ତି ।