୭୦ ବର୍ଷୀୟା ବରିଷ୍ଠ ମହିଳା ନାଗରିକଙ୍କୁ ଚୌଦ୍ୱାର ପୁଲିସ ର ଅଣଦେଖା, ନ୍ୟାୟ ନପାଇଲେ ଜୀବନ ହାରିବେ

ଚୌଦ୍ୱାର (ଶିବବ୍ରତ ଦାସ )- ଟାଙ୍ଗୀ ଚୌଦ୍ୱାର ବ୍ଲକ ର ଆଦିବାସୀ କରଞ୍ଜି ପଂଚାୟତର ଜଣେ ବରିଷ୍ଠ ମହିଳା ନାଗରିକ ପ୍ରଶାସନ ଠାରୁ ନ୍ୟାୟ ନପାଇ ଶେଷରେ ଜୀବନ ହାରିବେ ବୋଲି ଏଭଳି ମନ୍ତବ୍ୟ ଦେଇଛନ୍ତି ଗଣମାଧ୍ୟମରେ l ପ୍ରଶାସନର ସବୁ ସ୍ତରରୁ ଯଥା ମୁଖ୍ୟମନ୍ତ୍ରୀ, ଉପରିସ୍ଥ ପୁଲିସ, ତହସିଲ ଙ୍କୁ ସମସ୍ତ ଅଭିଯୋଗ ଜଣାଇଥିଲେ ସୁଦ୍ଧା ନିଜ ଗାଁରେ ଥିବା କିଛି ବାହୁବଳୀ ବ୍ୟକ୍ତିଙ୍କ ଠାରୁ ମାଡ଼ ଖାଇବା, ଗାଳି ଶୁଣିବା ଭଳି ଚୌଦ୍ୱାର ଥାନାରେ ଅଭିଯୋଗ କଲେ ସୁଦ୍ଧା ପୁଲିସ ଏହାକୁ ଅବିଶ୍ୱାସ କରି ଗ୍ରହଣ କରିବାକୁ ନାରାଜ ବୋଲି ମହିଳା ପ୍ରକାଶ କରିଛନ୍ତି l ପ୍ରକାଶ ଯେ ଏହି କରଞ୍ଜି ଗାଁର ମାନସୀ ସ୍ୱାଇଁ (୭୦) ବର୍ଷିକ ତଳୁ ଚୌଦ୍ୱାର ଥାନାରୁ ସହାୟତା ଆଶା କରୁଥିଲେ ସୁଦ୍ଧା ପାଇପାରୁନାହାନ୍ତି l ଗତ କାଲି ପୁଣି ନିଜର ଚାଳ ଛପର ଘରକୁ ଛାଉଣୀ କରିବା ସମୟରେ ପୂର୍ବରୁ ବିରୋଧ ଓ ହଇରାଣ କରି ଆସୁଥିବା ନୀଳମଣି ନାୟକ ଓ ତାଙ୍କ ପରିବାର ଲୋକ ଛାଉଣି ବନ୍ଦ କରିବା ସହିତ ଆଜି ସକାଳୁ ମାନସୀ ସ୍ୱାଇଁଙ୍କୁ ମାଡ଼ ମାରିଥିବାର ଲିଖିତ ଅଭିଯୋଗ ହୋଇଛି l ଏହି ଘଟଣା ପରେ ମହିଳା ଜଣଙ୍କ ଚୌଦ୍ୱାର ଥାନାରେ ଜଣାଇବା ପରେ ଦାୟିତ୍ୱ ରେ ଥିବା ପୁଲିସ ପୂର୍ଵ ପରି ଘଟଣାଟିକୁ ହାଲୁକା ରେ ନେଇ ଜଣେ ବୟସ୍କ ଲୋକ ଙ୍କୁ ମାଡ଼ ଘଟଣା ମିଥ୍ୟା ବୋଲି କହିଥିଲେ l ପରେ ମହିଳାଙ୍କୁ ଥାନାରେ ଘରକୁ ଯିବା ପାଇଁ କହିଥିଲେ l ଏହି ଘଟଣା ପରେ ମହିଳା ଜଣଙ୍କ ନିରାଶ ହୋଇ ଘରକୁ ୩୦ କିଲୋମିଟର ଦୂର ତାଙ୍କ ଗାଁ କୁ ନିରାଶ ରେ ଫେରିଯାଇଥିଲେ l ଅନ୍ୟ ପକ୍ଷ ରେ ପ୍ରଶାସନ ଏଭଳି ନିଷ୍ପତି ରେ ଭାଙ୍ଗି ପଡି ମାନସୀ କହିଥିଲେ ଯଦି ଏ ଥରକ ନ୍ୟାୟ ନ ମିଳିଲା ଥାନା ସମ୍ମୁଖରେ ନିଜ ଜୀବନ ହାରିବେ ବୋଲି ଗଣ ମାଧ୍ୟମରେ ପ୍ରକାଶ କରିଥିଲେ l