
ବେଲଗୁଣ୍ଠା ୧୧/୦୫ (ବିନାୟକ ଗୌଡ଼): ଗଞ୍ଜମ ଜିଲ୍ଲା ବେଲଗୁଣ୍ଠା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କୋଳିସାହି ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋ8ଯାଇଛି । ବୈଠକରେ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକଙ୍କ ପୌରହିତ୍ୟ କରିଥିବା ବେଳେ ସଂଘର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ପେନସନ ଧାରୀ ମାନଙ୍କୁ କିଭଳି ଠିକ ସମୟରେ ଓ ସୁବିଧାରେ ପେନସନ ମିଳିପାରିବ ଏଥିନେଇ ଆଲୋଚନା ହୋଇଥିଲ । ସଂଘ କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ରଥ ଆୟ ଓ ବ୍ୟୟ ବିବରଣୀ ପଠନ କରିଥିଲେ । ବିଭିନ୍ନ ବିଷୟ ଉପରେ ସଂଘ ସଦସ୍ୟ ମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ମଧ୍ୟ ହୋଇଥିଲା । ବୈଠକରେ ସଂଘ ଉପଦେଷ୍ଟା ପଦ୍ମଚରଣ ମହାପାତ୍ର ଓ ବିନୋଦ କୁମାର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସାଧାରଣ ସମ୍ପାଦକ ମାଲ ଗୌଡ଼, ଉପସଭାପତି କୈଳାଶ ପାତ୍ର, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ରଥ,କାର୍ଯ୍ୟକାରୀ ସଭାପତି ବନମାଳୀ ମହାରଣା, ସମୀକ୍ଷକ ପ୍ରଦୀପ ମାହୁନ୍ତ ଓ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ଜେନା, ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟ ପ୍ରକାଶ ଚନ୍ଦ୍ର ରଥ,କାର୍ଯ୍ୟକାରୀ କମିଟି ସଭ୍ୟ ରବୀନ୍ଦ୍ର ନାଥ ପତି, ଏସ.ଚନ୍ଦ୍ର ଶେଖର ପାତ୍ର, ସୁରେନ୍ଦ୍ର କୁମାର ତ୍ରିପାଠୀ, ବିପ୍ର ଚରଣ ଗୌଡ଼,ବଳଭ ପଣ୍ଡା ,ଜୟକୃଷ୍ଣ ପୋଲେଇ ,ପବିତ୍ର ମୋହନ ନାୟକ ଏବଂ ସଂଘର ବରିଷ୍ଠ ସଦସ୍ୟ ଶରତ ଚନ୍ଦ୍ର ପତି,ଉପେନ୍ଦ୍ର ନାଥ ପତି,ଲକ୍ଷ୍ମଣା ପରିଛା, ତୁମ୍ବା ପାତ୍ର,ପ୍ରଭାକର ନାୟକ ଓ ସତ୍ୟରାଜ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।