ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର (ଅଭିମନ୍ୟୁ ମିଶ୍ର ଜିଲ୍ଲା ପ୍ରତିନିଧି ଓଡିଶା ଟୁଡେ): ଯାଜପୁର ବ୍ଲକ ବିଚିତ୍ରପୁର କଲ୍ୟାଣ ମଣ୍ଡପରେ ଓଡିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ନର୍ସିଙ୍ଗ ଡ଼େ ପାଳିତ ହୋଇଯାଇଛି। ଏହି ଆନୁକୁଲ୍ୟରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏଡିପିଏଚଓ ଡ ରମେଶ ଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରତ୍ୟେକ ନର୍ସିଙ୍ଗ ଅଫିସର ମାନେ ଜଣେ ଜଣେ ଜୀବନଦାତା ବୋଲି ମତବ୍ୟକ୍ତ କରିଥିଲେ। ନର୍ସିଂ ସଂଘର ସଭାପତି ବିଜୟଲକ୍ଷ୍ମୀ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମେଡ଼ିସିନ ବିଭାଗ ର ମୁଖ୍ୟ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଦୀକ୍ଷିତ ଯୋଗ ଦେଇ ସମସ୍ତ ନର୍ସିଙ୍ଗ ଅଫିସର ମାନଙ୍କୁ ଉତ୍ସାହିତ କରିବା ସହ ରୋଗୀ ସୁସ୍ଥ ହେବା କ୍ଷେତ୍ର ରେ ନର୍ସିଙ୍ଗ ଅଫିସର ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ ବୋଲି ମତବ୍ୟକ୍ତ କରିଥିଲେ। । ଏହି ଅବସର ରେ ସଂଘର ସାଧାରଣ ସମ୍ପାଦକ ଅମର କୁମାର ମଲ୍ଲିକ, ଉପ ସଭାପତି ଶୁଭ୍ରାଂଶୁ ଶେଖର ନନ୍ଦ, କୋଷାଧକ୍ଷ ଜୁଲିପ୍ରଭା ଜେନା, ନର୍ସିଙ୍ଗ ଅଫିସର ରଘୁନାଥ ସାହୁ, ମୋନାଲିସା ଭୂୟାଁ, ଶୁଭଶ୍ରୀ ରଥ, ସିଦ୍ଧାନ୍ତ କୁମାର ପାଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ସେବିକା ଅଳକା ନାୟକ ଓ ମମତା ମହାନ୍ତି ଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରିଶେଷ ରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।