
ପୁରୀ (ବଳରାମ ତ୍ରିପାଠି): କଣାସରେ ପନିକିରେ ହାଣି ବୁଲେଟ ଚଢ଼ାଇବା ଘଟଣାରେ ଆତ୍ମ ସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ ହାପିର ପୁରୀ କୋର୍ଟରେ ଆତ୍ମ ସମର୍ପଣ । ଘଟଣାର ୧୦ ଦିନ ପରେ କଲା ଆତ୍ମ ସମର୍ପଣ । ମୁଖ୍ୟ ଅଭିଯୁକ୍ତକୁ ଲୁଚାଇବାରେ ସହଯୋଗ କରିଥିବା ଯୁବକ ଗିରଫ । ଗିରଫ ଅଭିଯୁକ୍ତ ବଳରାମ ଛୋଟରାୟ । ସେ ମୁଖ୍ୟ ଅଭିଯୁକ୍ତକୁ ଛତିଶଗଡ ରାୟପୁର ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲା । ପୂର୍ବରୁ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ ହାପିର ପୁରୀ କୋର୍ଟରେ ଆତ୍ମ ସମର୍ପଣ । ଘଟଣାର ୧୦ ଦିନ ପରେ କଲା ଆତ୍ମ ସମର୍ପଣ । ପୋଲିସ ଏବେ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରିପାରେ । କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ତାର ଟିକନିଖ ତଦନ୍ତ କରୁଛି ପୋଲିସ ।