ବିଜେଡି ପକ୍ଷରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ, ନାରୀ ଅଧିକାର ଅଭିଯାନ

ନୂଆପଡା ଜିଲ୍ଲା (ପରମେଶ୍ୱର ମେହେର) ବିଜେଡି ପକ୍ଷରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ନାରୀ ଅଧିକାର ଅଭିଯାନ କରିଛନ୍ତି। ନାରୀଙ୍କୁ ୩୩% ପ୍ରତିଶତ ସ୍ଥାନ ସଂରକ୍ଷଣ, ନାରୀ ନିର୍ଯାତନା ରୋକିବା ରେ ବିଫଳ ଏବଂ ସହ ବିଜେପି ସରକାର ବିରୋଧରେ ପ୍ରତିବାଦ ଅନୁଷ୍ଠିତ ହୋଇଅଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ମହିଳା ଏବଂ ପୁରୁଷ କର୍ମୀ ମାନେ ସାମିଲ ହୋଇଥିଲେ। ବିକ୍ଷୋଭ ସଭାରେ ବିଜେଡି ମହିଳା ସଭା ନେତ୍ରୀ ଶେଫାଳୀ ସଲାମା, ରାଜ୍ୟ ମହିଳା ଉପ ସଭାପତି ସରସ୍ୱତୀ ବାଗ,ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବହୁ କର୍ମୀ ଯୋଗ ଦେଇଛନ୍ତି।