ଅବସରପ୍ରାପ୍ତ ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଦ୍ୱାରା ଜଳଦାନ

ଚୌଦ୍ୱାର(ଶିବବ୍ରତ ଦାସ ) ପ୍ରଚଣ୍ଡ ରୌଦ୍ର ତାପ କୁ ଅସହ୍ୟ ଗୁଳୁଗୁଳି । ଏହାକୁ ନଜରରେ ରଖି ଚୌଦ୍ଵାର ଅଞ୍ଚଳର ଅବସରପ୍ରାପ୍ତ ଓ କାର୍ଯ୍ୟରତ ପୋଲିସ କର୍ମଚାରୀକୁ ନେଇ ଗଠିତ ସଂଗଠନ ଆନନ୍ଦମୟ ପକ୍ଷରୁ ସ୍ଥାନୀୟ ଆଗ୍ରାହାଟ ମାଧବ ମନ୍ଦିର ନିକଟରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ସଂଗଠନର ସଭାପତି ଶୈଳେନ୍ଦ୍ର ମୁଖୀ,ଆଦିକନ୍ଦ ମହାନ୍ତି,ମନୋରଞ୍ଜନ ଦାଶ, ସହଦେବ ବରାଳ,ଅଜୟ କୁମାର ମହାପାତ୍ର,ବିଜୟ କୁମାର ନାୟକ,ଗଙ୍ଗାଧର ସାହୁ,ସଦାଶିବ ପଣ୍ଡା, ମନ୍ଦରଧର ଦାଶ ଓ ମନ୍ଦିର ପୂଜକ ମନି ବାବାଙ୍କ ଉପସ୍ଥିତି ରେ ଏହି ଜଳଦାନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ଜଳଦାନ କେନ୍ଦ୍ର ୭ଦିନ ବ୍ୟାପୀ କାର୍ଯ୍ୟକ୍ଷମ ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।