ସ୍ବର୍ଗତ ରାଜେନ୍ଦ୍ର ପଣ୍ଡାଙ୍କ ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର -୨୧/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଆଜି ଗୁରବାର ଦିନ ସ୍ବର୍ଗତ ରାଜେନ୍ଦ୍ର ପଣ୍ଡାଙ୍କର ଦ୍ୱାଦଶାହ ତିଥି ତାଙ୍କର କଳିଙ୍ଗନଗର ସ୍ଥିତ ବାସଭବନରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ତାଙ୍କ ବାସଭବନ ସମ୍ମୁଖରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମାଗୁଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋକସଭାରେ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ଦାସ, ବିଜୟ କୁମାର ଦାସ, ସୁବଳ ଚନ୍ଦ୍ର ଭୂୟାଁ, କୁନା ନାୟକ, ସତ୍ୟନାରାୟଣ ପଣ୍ଡା, ଅଶୋକ ପୋଲାଇ, ଗୌରୀ ଶଙ୍କର ପ୍ରଧାନ, ବିକ୍ରମ ସାମଲ ଓ ପରିବାର ବନ୍ଧୁବର୍ଗ ସମେତ ଉପସ୍ଥିତ ରହି ତାଙ୍କର ଗୁଣଗାନ କରିବା ସହ ସ୍ମୃତିଚାରଣ କରିଥିଲେ। ତାଙ୍କ ଭଳି ପରୋପକାରୀ, ହୃଦୟବାନ ଓ ସହାର୍ଯ୍ୟକାରୀ ବ୍ୟକ୍ତି ସମାଜରେ ବିରଳ ଦେଖା ଦେଇଥାନ୍ତି। ସମସ୍ତଙ୍କର ଦୁଃଖ ଓ ବିପଦ ସମୟରେ ସେ ଆଗରେ ଠିଆ ହେଉଥିବାର ଅନେକ ଉଦାହରଣ ଉପସ୍ଥିତ ବ୍ୟକ୍ତିମାନେ ଦେଇଥିଲେ। ତାଙ୍କୁ ହରାଇ ସମଗ୍ର କଳିଙ୍ଗନଗରବାସି ମର୍ମାହତ। ଶେଷରେ ଦୁଇ ମିନଟ ନୀରବ ପାର୍ଥନା କରାଯାଇଥିଲା। ପ୍ରକାଶ ଥାଉକି ଗତ ୧୦-୫-୨୬ ତାରିଖରେ ତିରୋଧାନ ଘଟିଥିଲା।