
ବେଲଗୁଣ୍ଠା, ୨୭/୦୫, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ମଙ୍ଗଳବାର ପ୍ରକାଶ ପାଇଛି ଓପିଏସସି ଦ୍ଵାରା ପରଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାଫଳ। ଏଥିରେ ୫୨ ନମ୍ୱର୍ ରାଙ୍କ୍ ରେ ସଫଳତା ହାସଲ କରିଛନ୍ତି ପୂର୍ବତନ ବେଲଗୁଣ୍ଠା ଥାନା ଅଧିକାରୀ ତଥା ବର୍ତ୍ତମାନର ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ସୁକନ୍ୟା କ୍ଷଣପ୍ରଭା ପ୍ରଧାନ। କ୍ଷଣପ୍ରଭା ନିଜର ପ୍ରଥମ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରି ନିଜ ପରିବାର ଏବଂ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। କ୍ଷଣପ୍ରଭାଙ୍କ ନିଜ ଘରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ହୋଇଥିବା ବେଳେ ସେ ନିମାପଡ଼ା କଲେଜ୍ ରେ ଜଣେ ମେଧାବୀ ଛାତ୍ରୀ ଭାବେ ଯୁକ୍ତ ଦୁଇ ଏବଂ ସ୍ନାତକ ଶିକ୍ଷା ସମାପ୍ତ କରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ନାଇଜର୍ ଅଧୀନରେ ପି.ଏଚ୍.ଡି କରିଥିଲେ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖି ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ଭୁବନଶ୍ଵରରେ ରହି ଦୈନିକ ୧୦ /୧୨ ଘଣ୍ଟା କଠିନ ପରିଶ୍ରମ କରି ଏହି ସଫଳତା ପାଇଥିବା କଥା ପ୍ରକାଶ କରିଛନ୍ତି କ୍ଷଣପ୍ରଭା। କ୍ଷଣପ୍ରଭା ନିଜର ଏହି ସଫଳତା ପଛରେ ବାପା ବନବିହାରୀ ଏବଂ ମାଆ ସସ୍ମିତାଙ୍କ ସମେତ ଗୁରୁଜନ ମାନଙ୍କ ପ୍ରେରଣା ରହିଛି ବୋଲି ପ୍ରକାଶ କରିଛନ୍ତି। କ୍ଷଣପ୍ରଭାଙ୍କ ସଫଳତା ପାଇଁ ଗାଙ୍ଗପୁର ଥାନାର ସମସ୍ତ ପୋଲିସ କର୍ମଚାରୀ, ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ଗଞ୍ଜାମ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ସୁବ୍ରତ କୁମାର ଦାସ, ସଦସ୍ୟ ଲୋକନାଥ ମାହାନ୍ତି, ଜୟକୃଷ୍ଣ ପଟ୍ଟନାୟକ, ଅରକ୍ଷିତ ପରିଛା, ବିନାୟକ ଗୌଡ଼, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ ସାହୁ,ସମ୍ପାଦକ ଅଶ୍ୱିନୀ ମହାନ୍ତି,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ବରିଷ୍ଠ ସାମ୍ବାଦିକ ସୁଯ୍ୟନାରାୟଣ ତ୍ରିପାଠୀ, ସୁଶାନ୍ତ ବେହେରା ଙ୍କ ସମେତ ସମସ୍ତ ସାମ୍ବାଦିକ, ଭଞ୍ଜନଗର,ଗାଙ୍ଗପୁର ଓ ବେଲଗୁଣ୍ଠା ଥାନା ର ସମସ୍ତ କର୍ମଚାରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।